ସାମାନ୍ୟ କାଗଜ ଖଣ୍ଡେ ପାଇଁ ପରିବାରର ୫ଜଣ ସଦସ୍ୟଙ୍କୁ ମାରି ଦେଲା ଭରତ, ଅଳ୍ପକେ ନିଜେ ବଞ୍ଚିଗଲା...

Published By : Prameya-News7 Bureau | January 17, 2020 IST

ମୁଙ୍ଗେର୧୭/୧: ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସାମାନ୍ୟ କାଗଜ ଖଣ୍ଡେ ପାଇଁ ଅଭିଯୁକ୍ତ କାହାକୁ ଛାଡ଼ିଲା ନାହିଁ। ଜନ୍ମ ଦେଇଥିବା ମାଆ, ପତ୍ନୀ ଏବଂ ତିନି ଝିଅଙ୍କ ତଣ୍ଟିଚିପି ହତ୍ୟା କରିଛି ଅଭିଯୁକ୍ତ।  ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା କିନ୍ତୁ ବିଫଳ ହୋଇଥିଲା।  ଠିକ୍ ସମୟରେ ପୋଲିସ୍ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ବିହାରର ମୁଙ୍ଗେର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

{"id":212574,"sizeSlug":"large"}

ସୂଚନା ମୁତାବକ ଖଡ଼ଗପୁରର କହ୍ନେୟା ଟୋଲା ଅଞ୍ଚଳରେ ଅଭିଯୁକ୍ତ ନିଜ ପରିବାର ସହ ରହୁଥିଲା। ସେ ଏକ ଘଣ୍ଟା ଦୋକାନ କରିଥିଲେ। ଦୋକାନର ଏଗ୍ରିମେଣ୍ଟ୍ ପେପର୍ ହଜିଯିବାରୁ ଅଭିଯୁକ୍ତ ରାଗିରେ ପରିବାରର ୫ ଜଣ ସଦସ୍ୟଙ୍କ ତଣ୍ଟିଚିପି ହତ୍ୟା କରିଥିଲା। ଅଭିଯୁକ୍ତର ନାଁ ଭରତ କୁମାର କେଶରୀ। କିଛିଦିନ ହେବ ଦୋକାନର ଏଗ୍ରିମେଣ୍ଟ କାଗଜ ପାଇଁ ଭରତ ଡିପ୍ରେସନ୍‌ରେ ରହୁଥିଲା। ଗତ ଗୁରୁବାର ବିଳମ୍ବିତ ରାତିରେ ମାଆ ସାବିତ୍ରୀ, ପତ୍ନୀ ଆଶା ଦେବୀ, ଝିଅ ଶିବାନୀ, ସିମ୍‌ରନ ଓ ସୋନମଙ୍କ ତଣ୍ଟିଚିପି ଭରତ ହତ୍ୟା କରିଥିଲା।

{"id":212575,"sizeSlug":"large"}

ପରିବାର ସମସ୍ତ ସଦସ୍ୟଙ୍କୁ ହତ୍ୟା କରି ୪୦ ଫୁଟ୍ଟ୍‌ ଛାତ ଉପରୁ ଡ଼େଇଁ ଆତ୍ମହତ୍ୟା କରିବା ପାଇଁ ଭରତ ଚେଷ୍ଟା କରିଥିଲା। ଭାଗ୍ୟବଶତଃ ଅଭିଯୁକ୍ତ ଅଳ୍ପକେ ବର୍ତ୍ତି ଯାଇଥିଲା।  ଏହି ଘଟଣା ପରେ ଅଭିଯୁକ୍ତ ଘରେ ପୋଲିସ୍‌ ପହଞ୍ଚି ପାଞ୍ଚ ଜଣଙ୍କ ମୃତ ଦେହ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.