‘ଏ ରିଙ୍କି, ଯାହାକୁ ମୁଁ ଭଲ ପାଉଥିଲି ସେ ମୋତେ ବରବାଦ କରିଦେଲା, ଆଉ ବଞ୍ଚିବା ପରିସ୍ଥିତିରେ ନଥିଲି…’, କିଛି ଏମିତି ଥିଲା ଅଭିଯୁକ୍ତର ଶେଷ ମେସେଜ୍

Published By : Prameya-News7 Bureau | July 06, 2021 IST

ଭୁବନେଶ୍ବର ୬।୭: ଭୁବନେଶ୍ବର ଭୀମଟାଙ୍ଗିରେ ମହିଳାଙ୍କ ବୀଭତ୍ସ ହତ୍ୟା ଘଟଣାର ଧିରେ ଧିରେ ଗୁମର ଫିଟିବାରେ ଲାଗିଛି । ହତ୍ୟା ଅଭିଯୁକ୍ତ ଜଗନ୍ନାଥ ପ୍ରିୟଙ୍କାଙ୍କୁ ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ପ୍ରିୟଙ୍କାଙ୍କ ଘରୁ ମିଳିଥିବା ସୁଇସାଇଡ୍ ନୋଟ୍ ରୁ ଜଣାପଡିଥିଲା ଯେ, ପ୍ରଥମେ ପୁଅକୁ ମାରିଥାନ୍ତା ଜଗନ୍ନାଥ । ପୁଅକୁ ମାରିଲା ପରେ ପ୍ରିୟଙ୍କାଙ୍କୁ ମାରି କରିଥାନ୍ତା ଆତ୍ମହତ୍ୟା । ଏବେ ପୁଣି ଅଭିଯୁକ୍ତ ଜଗନ୍ନାଥର ହ୍ବାଟସଆପ୍ ଚାଟ୍ ସାମ୍ନାକୁ ଆସିଛି ।

ଅଭିଯୁକ୍ତ ଜଗନ୍ନାଥର ତାଙ୍କ ହ୍ୱାଟସ୍ଆପ୍ ରେ ଲେଖିଥିଲେ,

ଆଉ ରାଗିବନି ମୋ ଉପରେ…

ମୁଁ ଦୁନିଆ ଛାଡ଼ିକି ଯାଉଛି…

ପ୍ଲିଜ ମୋତେ କ୍ଷମା କରିଦିଅ…

{"align":"center","id":476556,"sizeSlug":"large","linkDestination":"none"}
{"align":"center","id":476558,"sizeSlug":"large","linkDestination":"none"}

ଏ ରିଙ୍କି, ମୁଁ ଯାହାକୁ ଭଲ ପାଉଥିଲି, ସେ ମୋତେ ବରବାଦ କରିଦେଲା…

ମୁଁ ‌ଆଉ ବଞ୍ଚିବା ପରିସ୍ଥିତିରେ ନଥିଲି…

ସରି ଭାଇମାନେ ମୋତେ କ୍ଷମା କରିଦେବ…

{"align":"center","id":476559,"sizeSlug":"large","linkDestination":"none"}
{"align":"center","id":476560,"sizeSlug":"large","linkDestination":"none"}

ମୁଁ ମାନସିକ ଭାରସାମ୍ୟ ହରାଇ ବସିଥିଲି…

ମୁଁ ଆଉ ଫେରିବିନି…

ତୁମମାନଙ୍କ ଭଲ ପାଇବା ସାଥିରେ ନେଇକି ମୁଁ ଯାଉଛି…

ମୋ ପାଖରେ ଆଉ କିଛି ରାସ୍ତା ନାହିଁ…

{"align":"center","id":476564,"sizeSlug":"large","linkDestination":"none"}
{"align":"center","id":476565,"sizeSlug":"large","linkDestination":"none"}

ବଡଭାଇ ମାନଙ୍କୁ ମୋ ଅନୁରୋଧ…

ମୋ ବାଇକର ବାକିଥିବା କିସ୍ତି ସବୁ ମିଶିକି ଦେଇଦେବେ…

ଫାଇନାନ୍ସକୁ ବାଇକ୍ ନଦେବାକୁ ନିବେଦନ…

{"align":"center","id":476566,"sizeSlug":"large","linkDestination":"none"}
{"align":"center","id":476567,"sizeSlug":"large","linkDestination":"none"}

ରହିଲି…

ବାବାଜୀ ପରିବାରରୁ ମୁଁ ବିଦାୟ ନେଉଛି ସବୁଦିନ ପାଇଁ…

{"id":476568,"sizeSlug":"large","linkDestination":"none"}

ଅନ୍ୟପଟେ ମୃତ ପ୍ରିୟଙ୍କାଙ୍କର ଜଗନ୍ନାଥଙ୍କ ସହ ସଂପର୍କ ଥିଲାବୋଲି ଗିରଫ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ ପ୍ରଧାନ କରିଛନ୍ତି । ସେ କହିଛନ୍ତି ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ସହ ଜଗନ୍ନାଥର ପ୍ରେମ ସମ୍ପର୍କ ଥିଲା। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା । ତେବେ ବିବାହ ପରେ ଜଗନ୍ନାଥଙ୍କ ସହ ସମ୍ପର୍କ ରଖିନଥିଲା ପ୍ରିୟଙ୍କା । ଗତବର୍ଷ ଲକଡାଉନରୁ ପୁଣି ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ପୁଣି ଏହି ସମ୍ପର୍କରେ ତିକ୍ତତା ଆସିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍‌ ଓ୍ବାନ୍‌ ସ୍ଥିତ ନିଜ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମହିଳାଙ୍କ ମୃତଦେହ ନିକଟରେ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କ ହତ୍ୟାକାରୀ ଥିଲେ । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଥିଲା ।

ହୋସ୍‌ ଆସିବା ପରେ ସତ ମାନିଥିଲା ଅଭିଯୁକ୍ତ । ମର୍ଡର ପରେ ଭିଡିଓ କଲ୍‌ କରିଥିଲା ହତ୍ୟାକାରୀ । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ଅଫିସରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଭିଡିଓ କଲ୍‌ କରିଥିଲା ଅଭିଯୁକ୍ତ ଜଗନ୍ନାଥ । ଭିଡିଓ କଲ୍‌ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ନିଜ ପତ୍ନୀକୁ ଦେଖି ଘର ମାଲିକଙ୍କୁ ଫୋନ୍‌ କରିଥିଲେ ମୃତ ମହିଳାଙ୍କ ସ୍ବାମୀ ।  ଘରମାଲିକ ତଳକୁ ଆସି ମହିଳାଙ୍କ କବାଟ ଭିତରପଟୁ ଲକ୍‌ ଥିବା ଦେଖିବାକୁ ପାଇଥିଲେ । ଏହାପରେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ମୃତ ମହିଳାଙ୍କ ପାଖରେ ଜଣେ ଯୁବକଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଫୋନ୍‌ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.