ଅବକାରୀ ବିଭାଗ କାର୍ଯ୍ୟାଳୟର ଛାତରୁ ଡେଇଁ ପଡ଼ିଲା ଅଭିଯୁକ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | November 14, 2021 IST

ଫୁଲବାଣୀ, ୧୪/୨୧: ଛାତରୁ ପଡି ଗଂଜେଇ ଚାଲାଣକାରୀ ଅଭିଯୁକ୍ତ ଗୁରୁତର l ଅଭିଯୁକ୍ତ ଜଣକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଅମିତ ନାୟକ l ଗୁରୁତର ଅବସ୍ଥାରେ ଅମିତଙ୍କୁ ପ୍ରଥମେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି  କରାଯାଇଥିଲା ତେବେ ଅମିତଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l 

ସୂଚନାଯୋଗ୍ୟ ଯେ, ଫୁଲବାଣୀ ଅବକାରୀ ଟିମ ଚଢ଼ାଉ କରି କଲେଜ ଛକ ନିକଟରୁ ଗଂଜେଇ ସହ ଗିରଫକରି ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରା ଉଚରା କରିବାବେଳେ ଅଭିଯୁକ୍ତ ଅମିତ ଖସି ଆସି ଭାୟରେ ଛାତ ଉପରକୁ ଯାଇ ଡେଇଁ ପଡିଥିବା କୁହାଯାଉଛି । କେହି କେହି ଅବକାରୀ କର୍ମଚାରୀ ମାଡ଼ମାରି ଠେଲି ଦେଇଥିବା କହୁଛନ୍ତି l ତେବେ କିଏ ଠିକ କହୁଛି ତଦନ୍ତ ପରେ ଜଣାପଡିବ  l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.