ଡାକ୍ତରଙ୍କ ସମେତ ପରିବାର ୪ଜଣଙ୍କୁ ହତ୍ୟା ଘଟଣା: ମିଳିଲା ହତ୍ୟାକାରୀର ପରିଚୟ, ହେଲେ ହତ୍ୟାକାରୀ ଲେଖି ଦେଇଯାଇଛି ସେ ଆତ୍ମହତ୍ୟା କରିବାକୁ ଯାଉଛି…

Published By : Prameya-News7 Bureau | November 11, 2019 IST

ନୂଆଦିଲ୍ଲୀ ୧୧।୧୧: ଫରିଦାବାଦ ସେକ୍ଟର-୭ରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କୁ ହତ୍ୟା ଘଟଣାରେ  କ୍ରାଇମବ୍ରାଞ୍ଚକୁ ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତର ପରିଚୟ ମିଳିଛି । କ୍ରାଇମବ୍ରାଞ୍ଚ ଏସପି ଅନିଲ କୁମାରଙ୍କ କହିବାନୁଯାୟୀ , ଡକ୍ଟର ପ୍ରବୀଣ ,ପତ୍ନୀ ସୁଦେଶା, ଝିଅ ପ୍ରୟଙ୍କା ଓ ଜ୍ବାଇଁ ସୌରଭ କଟାରିଆଙ୍କୁ ଜିମ୍ ପ୍ରଶିକ୍ଷକ ମୁକେଶ ଠାକୁର ହତ୍ୟା କରିଛି।  

{"id":182434,"width":572,"height":495}

କ୍ରାଇମବ୍ରାଞ୍ଚର ସୂଚନାନୁଯାୟୀ ,  ଡବୁଆ କଲୋନୀରେ ରହୁଥିବା ମୁକେଶ ଡାକ୍ତରଙ୍କ ଘକୁ ଯିବାଆସିବା କରୁଥିଲେ । ପୋଲିସ ସିସିଟିଭି ଫୁଟେଜ ଦେଖିବା ପରେ ଚାରିଜଣ ଲୋକଙ୍କ ଉପରେ ସନ୍ଦେହ କରି ସମସ୍ତଙ୍କୁ ପଚରାଉଚରା ପାଇଁ ଡାକିଥିଲା । କିନ୍ତୁ ମୁକେଶ ବ୍ୟତୀତ ଅନ୍ୟ ସମସ୍ତେ ଆସିଥିଲେ । ଫଳରେ ମୁକେଶ ଉପରେ ପୋଲିସର ସନ୍ଦେହ ହୋଇଥିଲା । ପୋଲିସ ଟିମ୍ ଡବୁଆ ସ୍ଥିତ ମୁକେଶର ଘରେ ଚଢଉ କରିଥିଲା ।, କିନ୍ତୁ ମୁକେଶ ସେଠାରେ ନଥିଲା । ମୁକେଶ ଘରୁ ପୋଲିସକୁ ଏକ ପତ୍ର ମିଳିଥିଲା ।  ପତ୍ରରେ ମୁକେଶ ହିଁ ଡାକ୍ତରଙ୍କ ସମେତ ଚାରିଜଣଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିବା ସହ  ସେ ଆତ୍ମହତ୍ୟା କରିବାକୁ ଯାଉଛି ବୋଲି ଚିଠିରେ ଉଲ୍ଲେଖ କରିଥିଲା ।

{"id":182435}

ଡାକ୍ତର ଓ ତାଙ୍କ ପରିବାରକୁ ହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି  । କ୍ରାଇମବ୍ରାଞ୍ଚର ୧୦ଟି ଟିମ ଅଭିଯୁକ୍ତକୁ ଧରିବା ପାଇଁ ଖୋଲତାଡ ଜାରି ରଖିଛି । ଖୁବଶୀଘ୍ର ମୁକେଶକୁ ଗିରଫ କରାଯିବା ସହ ହତ୍ୟାର କାରଣ ଜଣାପଡିବ ବୋଲି ଏସପି କ୍ରାଇମ କହିଛନ୍ତି । ଅଭିଯୁକ୍ତ ମୁକେଶର ଭାଇ ସମେତ ଚାରିଜଣଙ୍କୁ ଅଟକ ରଖି ଖୋଲତାଡ କରୁଛି ପୋଲିସ  ।

{"id":182433}

ମୁକେଶର ରକ୍ତରେ ଛିଟା ଲାଗିଥିବା ସାର୍ଟ , କପଡା ଓ ପ୍ରିୟଙ୍କାର ମୋବାଇଲ ନିକଟସ୍ଥ ଜଙ୍ଗଲରୁ ଜବତ କରାଯାଇଛି  । ହତ୍ୟାକାଣ୍ଡରେ ବ୍ୟବହୃତ ସ୍କୁଟିକୁ ମୁକେଶ ଘରୁ ଜବତ କରାଯାଇଛି । ଯେଉଁ ସ୍କୁଟି ଚାବିରେ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.