ଶୋଇଥିଲେ ଜଗିଥିବା ପୁଲିସ, ଚମ୍ପଟ ମାରିଲା ଆଇସିୟୁରେ ଥିବା କଏଦୀ

Published By : Prameya-News7 Bureau | January 11, 2020 IST

କଟକ ୧୧।୦୧ - -ପୁଣି ପୋଲିସକୁ ଚକମା ଦେଇ ଏସ.ସି.ବି ମେଡିକାଲ ଟ୍ରମା ଆଇସିୟୁର ଚମ୍ପଟ ମାରିଛି ଅଭିଯୁକ୍ତ।ଜଗତସିଂହପୁର ରଘୁନାଥ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ଆଲୋକ ସାହୁ ନାମକ ଜଣେ ଯୁବକଙ୍କୁ ଚିକିତ୍ସା ପାଇଁ ଗତ ୫ ତାରିଖରେ ଏସ.ସି.ବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଭୋରୁ ସେ ଫେରାର ହୋଇଯାଇଛି। ଏନେଇ ମଙ୍ଗଳାବଗ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

{"id":209920,"sizeSlug":"large"}

ଭିଓ୧-ପ୍ରଥମେ ଥାନାରେ ଆତ୍ମହତ୍ୟା ଉଦ୍ୟମ ଓ ପରେ ଚିକିତ୍ସିତ ଅବସ୍ଥା ରେ ପୋଲିସ କୁ ଚକମା ଦେଇ ଫେରାର ହୋଇଯାଇଛି ଅଭିଯୁକ୍ତ।ଅଭିଯୁକ୍ତ ଜଣକ ହେଉଛନ୍ତି ଜଗତସିଂହପୁର ରଘୁନାଥ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଆଲୋକ ସାହୁ।ଏକ ଚୋରି ଘଟଣାରେ ଗତ ୪ ତାରିଖରେ ଅଭିଯୁକ୍ତ ଜଣକୁ ଗିରଫ କରିଥିଲା ରଘୁନାଥପୁର ଥାନା ପୋଲିସ।.ଆଉ ସେହିଦିନ ଅଭିଯୁକ୍ତ ଜଣକ ଥାନା ପାଇଖନାରେ ଥିବା ଫିନାଇଲ ପି ଦେଇଥିଲା।ଏହା ପରେ ଗୁରତ୍ବର ଅବସ୍ଥଆରେ ଏସ.ସି.ବି ର ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା।ତେବେ ଆଜି ଭୋରୁ ଟ୍ରମା ଆଇସିୟୁରୁ ଚମ୍ପଟ ମାରିଛି ଅଭିଯୁକ୍ତ ଅଶୋକ ସାହୁ।

{"id":209921,"sizeSlug":"large"}

ଫେରାର ଅଭିଯୁକ୍ତ କୁ ଏସ.ସି.ବି ଓ ଏହାର ଆଖ ପାଖ ଅଞ୍ଚଳରେ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ପୋଲିସ କୌଣସି ପତ୍ତା ପାଇ ନାହିଁ।ତେବେ ଫେରାର ନେଇ ରଘୁନାଥ ଥାନା ପୋଲିସ ପକ୍ଷରୁ ମଙ୍ଗଳାବାଗ ଥାନା ରେ ଏକ ଏତଲା ଦୟର ହୋଇଛି।ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ତେବେ ଅଭିଯୁକ୍ତ ଜଗିବା ପାଇଁ ରଘୁନାଥପୁର ଥାନା ପୋଲିସ ପକ୍ଷରୁ ଦିଆଯାଇଥିବା ପୋଲିସ କର୍ମଚାରୀ ମାନେ ଶୋଇ ପଡିଥିବା ଦେଖି ଏହାରୁ ସୁଯୋଗ ନେଇ ଅଭିଯୁକ୍ତ ଚମ୍ପଟ ମାରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା କହିଛନ୍ତି ଡିସିପି।

{"id":209922,"sizeSlug":"large"}

ଅଭିଯୁକ୍ତ ଆଲୋକ ସାହୁ କୁ ଆଜି ମେଡିକାଲରୁ ଡିସଚାର୍ଜ ହେବାକୁ ଥିବା ବେଳେ ଏହା ପୂର୍ବରୁ ସେ ଫେରାର ହୋଇଯାଇଥିବା ପୋଲିସ କହିଛି।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.