କଟକରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା, ଅଭିଯୁକ୍ତ କୋର୍ଟ ଚାଲାଣ

Published By : Prameya-News7 Bureau | December 08, 2019 IST

କଟକ ୮।୧୨: କଟକ ବାଦାମବାଡି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ଅଭିଯୁକ୍ତ ନାବାଳକଙ୍କୁ କମଳା ଲୋଭ ଦେଖାଇ ଜଣେ ନାବାଳିକାଙ୍କୁ ଖାନନଗର ସ୍ଥିତ କେନ୍ଦ୍ରୀୟ ପାଠାଗାର ପଛପଟକୁ ନେଇ ଯାଇଥିଲା । ତେବେ ନାବାଳିକା ଜଣଙ୍କ କାନ୍ଦିବାରୁ ସେଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ନାବାଳକକୁ ପୋଲିସ ଜିମା ଦେଇଥିଲେ ।

{"id":195282,"sizeSlug":"large"}

ତେବେ ଗତକାଲି ପୋଲିସ ଅଭିଯୁକ୍ତର ମେଡିକାଲ ପରୀକ୍ଷା କରାଇବା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଡିସିପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.