Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଛତିଶଗଡ ପୋଲିସ ଓଡିଶାରେ ମାଗୁଥିଲା ଦାଦାବଟି : ଡାବୁଗାଁରେ ଜବରଦସ୍ତ ଜୁଲମ୍ କରୁଥିବା ପୋଲିସ କନେଷ୍ଟବଳ ସହ ୨ ଗିରଫ

15/06/2020 at 2:42 PM

ନବରଙ୍ଗପୁର ୧୫।୦୬: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ହାଜତରୁ ଜଣେ ଅଭିଯୁକ୍ତ ଫେରାର ।  ମୁଦାଲା ଜଣକ ନବରଙ୍ଗପୁର ଥାନା ଡ଼ଙ୍ଗରିଗୁଡା ଗାଁର ହେମଧର ହରିଜନ । ରାହାଜାନି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ  ଗିରଫ କରିଥିଲା ଡାବୁଗାଁ ପୋଲିସ। ଗତକାଲି ଡାବୁଗାଁ ଥାନା ଅନ୍ତର୍ଗତ ମାଝୀଗୁଡା ଗାଁ ନିକଟରେ ଛତିଶଗଡ଼ ଜଗଦଲପୁର ଅଞ୍ଚଳର ଜଣେ  କନେଷ୍ଟବଳ ପ୍ରମୋଦ ସିଙ୍ଗ କୁଅଁର, ତା ସହଯୋଗୀ ଗଲାଟିଓ ଖ୍ରୀଷ୍ଟିଆନ ଓ ହେମଧର ହରିଜନ ୩ ଦୁବୃତ୍ତ ମିଶି ମାଝୀଗୁଡା ଗାଁ ନିକଟରେ  ଯିବା ଆସିବା ଗାଡି ଗୁଡିକୁ ଅଟକାଇ ଯୋର ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ। ଛତିଶଗଡ଼ କନେଷ୍ଟବଳ ପ୍ରମୋଦ ସିଂ  କଂହର ୟୁନିଫର୍ମ ପିନ୍ଧି ଲୋକ ମାନଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିଲେ। ଏହି ସମୟରେ ମାଝୀଗୁଡା ଗାଁ ଲୋକ ୩ ଜଣଙ୍କୁ ଧରି ଡାବୁଗାଁ ପୋଲିସକୁ ହସ୍ତାନ୍ତର କରିଥିଲେ।

ପୋଲିସ ଘଟଣା ସ୍ଥଳରୁ ଦୁଇଟି ବାଇକ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିଲା । ଗାଁ ଲୋକ ଅଭିଯୁକ୍ତ ମାନଙ୍କୁ ହସ୍ତାନ୍ତର କରିବା ପରେ ୩ ଜଣଙ୍କ ନାମରେ କେଶ ରୁଜୁ କରି ହାଜତରେ ରଖିଥିଲା ଡାବୁଗାଁ ପୋଲିସ। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ହାଜତରୁ  ୩ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଫେରାର ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଅଭିଯୁକ୍ତ ହେମଧର ହରିଜନ ଫେରାର ହୋଇଯାଇଛି। ପୋଲିସ ଏହି ବିଷୟରେ କିଛି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଥିବା ବେଳେ ଅଭିଯୁକ୍ତକୁ ଖୋଜା ଚାଲିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

   Related Posts