ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ନୂଆ ମୋଡ : ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଭିଯୁକ୍ତ ବାପାଙ୍କ ମୃତ୍ୟୁ ଅଭିଯୋଗ
21/10/2019 at 11:17 AM

ଭଣ୍ଡାରିପୋଖରୀ ୨୧।୧୦: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବିଡିଓ ତଥା ଭାରପ୍ରାପ୍ତ ତହସିଲଦାରଙ୍କୁ ପୋଲିସ ସମ୍ମୁଖରେ ଦୁର୍ବ୍ୟବହାର ଘଟଣାରେ ଆସିଲା ନୂଆମୋଡ । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଭିଯୁକ୍ତଙ୍କ ବାପା ରାହାସବିହାରୀ ମହାନ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତଦେହକୁ ତହସିଲ ଅଫିସ ଆଗରେ ରଖି ଧାରଣାରେ ବସିଛନ୍ତି ପରିବାର ଓ ଗ୍ରାମବାସୀ ।

ପୋଲିସ ବାରମ୍ବାର ଅଭିଯୁକ୍ତଙ୍କୁ ଖୋଜିବା ସହ ବିଭିନ୍ନ ସ୍ଥାନରେ ରେଡ କରିଥିଲା । ତେବେ ଏହି କାରଣ ରୁ ତାଙ୍କ ବାପା ଙ୍କ ମୃତ୍ୟୁ ହୋଇଥିବା ଅଭିଯୁକ୍ତଙ୍କ ଭାଇ ଅଭିଯୋଗ କରିଛନ୍ତି । ତେବେ ପୋଲିସର ବୁଝାସୁଝା ପରେ ବାପାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ ତାଙ୍କୁ ଗିରଫ ଦାବିରେ ଅଡି ବସିଛନ୍ତି ।