ଜାମିନ ନମିଳିବାରୁ ନିଜ କାନ ନିଜେ କାଟିଲା କଏଦୀ: ଚୋରା ଗଞ୍ଜେଇ କାରବାରରେ ଯାଇଥିଲା ଜେଲ୍
2/12/2020 at 8:43 PM

କୋରାପୁଟ୨/୧୨: ଜାମିନ ନମିଳିବାରୁ ନିଜ କାନ ନିଜେ କାଟିଲା କଏଦୀ। କୋରାପୁଟ ମଣ୍ଡଳ କାରାଗାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। କୋର୍ଟରେ ଜାମିନ ଖାରଜ ହେବା କଥା ଶୁଣିବା ପରେ କଏଦୀ ଜଣକ ବିବ୍ରତ ହୋଇ ପଡିଥିଲା। ନିଜେ କାନକୁ ନିଜେ କାଟି ଦେଇଥିଲା। ଗୁରୁତର ଅବସ୍ଥାରେ ତାକୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବା ଜେଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନାଥାଉକି ଗତ ଅକ୍ଟୋବର ମାସରେ ଚୋରା ଗଞ୍ଜେଇ କାରବାରରେ ବିକାଶ ପାତ୍ରକୁ ପୋଲିସ୍ ଗିରଫ କରିଥିଲା। କରୋନା କଟକଣା ଯୋଗୁଁ ଭିଡିଓ କନ୍ଫରେନ୍ସିଂ କୋରାପୁଟ ଏଡିଜେ ରାୟ ଶୁଣାଣି କରିଥିଲେ। ଏହି ସମୟରେ ବିକାଶକୁ ଜାମିନ ମିଳିନଥିଲା। ସେଥିପାଇଁ ବିବ୍ରତ ହୋଇ ବିକାଶ ନିଜ କାନକୁ ନିଜେ କାଟି ଦେଇଥିଲା।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021