ଥାନାରେ ଫିନାଇଲ୍ ପିଇଦେଲେ ଅଭିଯୁକ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 12, 2020 IST

ବ୍ରହ୍ମପୁର ୧୨।୬: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଭିତରେ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ପାଇଖାନା ଭିତରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ କବିସୂର୍ଯ୍ୟନଗରର ପ୍ରମୋଦ ଦଳାଇ । ତାଙ୍କ ବୟସ ୨୮ ବର୍ଷ ।

{"id":285032,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ହିଞ୍ଜିଳିର ବିଭୁପ୍ରସାଦ ଦାସଙ୍କୁ ତପ୍ତପାଣି ଜଙ୍ଗଲରେ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା । ଏହି ଘଟଣାରେ ପାଟପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରରିଥିଲା । ଗୁରୁବାର ରାତିରେ କବିସୂର୍ଯ୍ୟନଗରରୁ ପୋଲିସ ପ୍ରମୋଦକୁ ଉଠାଇନେଇଥିବା ବେଳେ ଶୁକ୍ରବାର ସକାଳେ ଥାନାରେ ପାଇଖାନା ଯିବାକୁ କହି ଭିତରେ ଫିନାଇଲ ପିଇ ଦେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

{"id":285033,"sizeSlug":"large"}

ଯୁବକ ଜଣଙ୍କର ବିବାହ ଠିକ୍ ହୋଇଥିବା ବେଳେ ଗିରଫ ହୋଇ ଜେଲ୍ ଯିବାକୁ ଭୟ କରି ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି କୁହାଯାଉଛି । ସେପଟେ ଏ ନେଇ ଥାନା କିଛି କହିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.