ରିକ୍ରିଏସନରେ ୨୨ ବର୍ଷ ତଳର ଘଟଣା ଉଗାଳିଲା ବିବନ, ରିମାଣ୍ଡ ଅବଧି ସରିବା ପରେ ପଠାଗଲା ଝାରପଡା ଜେଲ୍

Published By : Prameya-News7 Bureau | March 05, 2021 IST

ଭୁବନେଶ୍ଵର ୦୫।୦୩: ବାରଙ୍ଗ ଗଣ ଦୁଷ୍କର୍ମ ଘଟଣାରେ ଗିରଫ ବିବନ ବିଶ୍ବାଳକୁ ନେଇ ସିବିଆଇ ତନାଘନା କରିଛି। ରିକ୍ରିଏସନ କରିବା ସହ ଘଟଣାସ୍ଥଳକୁ ନେଇ ପଚରାଉଚୁରା କରିଛି ସିବିଆଇ। ବିବନକୁ ଗିରଫ ପରେ ତାକୁ ଦୁଇଦିନିଆ ରିମାଣ୍ଡରେ ନେଇ ସିବିଆଇ ପଚରାଉଚୁରା କରୁଛି। ଆଜି ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ସିବିଆଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି।  ଏହାପରେ ଏମ୍ସରେ ବିବନର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ପରେ ବିବନଙ୍କୁ ଝାରପଡା ଜେଲ୍‌ ପଠାଇ ଦିଆଯାଇଛି।

{"id":418383,"sizeSlug":"large","linkDestination":"none"}

ସମୟ ସକାଳ ୬ଟା।  ବାରଙ୍ଗରୁ କଟକ ରାସ୍ତାରେ ସେହି ସ୍ଥାନରେ ପହଞ୍ଚିଥିଲା ପୋଲିସ ଗାଡ଼ି। ଚାରିପଟେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା କଡାକଡି।  ଆଉ ଗାଡ଼ିରୁ ଓହ୍ଲାଇଥିଲା ଅଭିଯୁକ୍ତ ବିବନ ବିଶ୍ବାଳ।   ୨୨ ବର୍ଷ ତଳର ଘଟଣା। ଯାହା ଯାହା ଅଭିଯୋଗ ଫର୍ଦ୍ଦରେ ୨୨ ବର୍ଷ ଧରି ଗଡ଼ି ଆସିଥିଲା, ଆଜି ସବୁକିଛି ନିଜ ମୁହଁରୁ ଉଗାଳିଥିଲା ବିବନ।  ୧୯୯୯ ମସିହା ଜାନୁଆରୀ ୯ ତାରିଖ। ସେଦିନ ସେହି ରାତିରେ କେମିତି ମଣିଷରୁ ରାକ୍ଷସ ପାଲଟିଯାଇଥିଲା ବିବନ।  ଗୋଟି ଗୋଟି କରି ସେହି ସବୁ ସ୍ଥାନ ସେ ଦେଖାଇଥିଲା। କେମିତି ଅଞ୍ଜନାଙ୍କ  କାରକୁ ଜୋର ଜବରଦସ୍ତ ବାରଙ୍ଗର ଏକ ଜଙ୍ଗଲିଆ ସ୍ଥାନକୁ ନେଇ ଯାଇଥିଲା। କିଭଳି  ଜଣଙ୍କ ପରେ ଜଣେ ନର ପିଶାଚ ଏକ ଅସହାୟ ଶରୀର ଉପରେ ଉପରେ ଝାମ୍ପି ପଡିଥିଲେ।  ତାର ସବୁ ବିବରଣୀ ବୁଲି ବୁଲି ସେ ଦେଖାଇଥିଲା । ବିବନକୁ ସିବିଆଇ ଟିମ୍‌ ଘଟଣାସ୍ଥଳକୁ ଆଣିଥିବା ଶୁଣି ଲୋକେ ବି ରୁଣ୍ଡ ହୋଇଯାଇଥିଲେ। 

{"id":418385,"sizeSlug":"large","linkDestination":"none"}

ଏଥିସହିତ ବିବନକୁ ଖସିଯିବା ପାଇଁ କିଏ କିଏ ସାହାଯ୍ୟ କରିଥିଲେ। କେମିତି ସେ ନିଜର ପରିଚୟ ବଦଳାଇଥିଲା। ଏସବୁ ନେଇ ସିବିଆଇ ପଚରାଉଚୁରା କରିଛି। ତେଣୁ ଦରକାର ପଡ଼ିଲେ ଆଉ କିଛି କାର୍ପଟଦାରଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏଥିସହିତ  ବିବନର ୨ ଦିନ ରିମାଣ୍ଡ ଶେଷ ହୋଇଛି। ବିବନକୁ ଏମ୍‌ସ ନେଇ ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ସିବିଆଇ କୋର୍ଟରେ ହାଜର କରାଯାଇଛି।  ଖୁବଶୀଘ୍ର  କୋର୍ଟରେ ଅନ୍ତରୀଣ ଚାର୍ଜସିଟ ଦାଖଲ କରିବ ସିବିଆଇ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.