କାନ କାମୁଡାକୁ ବାନ୍ଧି ନେଲା ପୋଲିସ୍‌

Published By : Prameya-News7 Bureau | May 10, 2020 IST

ବ୍ରହ୍ମପୁର ୧୦।୫:  ବନ୍ଧା ହେଲା​‌ କାନ କାମୁଡା।  ବ୍ରହ୍ମପୁର ବଡ ମେଡିକାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ଜଣେ ଅଭିଯୁକ୍ତ ଗିରଫ କଲା ପୋଲିସ୍‌। ଜାତୀୟ ସୁରକ୍ଷା ଆଇନ୍‌ ବଳରେ ଗିରଫ ହୋଇଥିବା ସୂଚନା ଦେଇଛନ୍ତି  ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର। ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଲେବର୍ ରୁମ୍‌ରେ ଡ୍ୟୁଟିରେ କାର୍ଯ୍ୟରତ ଡାକ୍ତର ସାକିଲ୍ ଖାନ୍‌ଙ୍କୁ ଜଣେ ରୋଗୀର ସଂପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବଡ ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଲେବର୍ ରୁମ୍ ରେ ଡାକ୍ତର ସାକିଲ୍ ଖାନ୍ ନିୟୋଜିତ ଥିଲେ । ଲେବର୍ ରୁମ୍ ରେ ପ୍ରବେଶ କରିବାକୁ ନେଇ ଡାକ୍ତରଙ୍କ ସହ ରୋଗୀଙ୍କ ସଂପର୍କୀୟଙ୍କ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ହେବା ପରେ ସଂପର୍କୀୟ ଜଣଙ୍କ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ରୋଗୀଙ୍କ ସଂପର୍କୀୟ ଜଣଙ୍କ ଜନୈକ ଡାକ୍ତରଙ୍କ କାନକୁ କାମୁଡି ଖଣ୍ଡିଆ କରିଦେଇଥିବା ଦେଖିବାକୁ ମିଳିଛି। ମେଡିକାଲ୍ ଆଉଟ୍ ପୋଷ୍ଟ୍ ରେ ଏ ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଡାକ୍ତର । ୪ ରୁ ୫ ଜଣ ଡାକ୍ତରଙ୍କୁ ଆକ୍ରମଣ କରିଥିବା ନେଇ ଜଣେ କାର୍ଯ୍ୟରତ ଡାକ୍ତର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବ୍ରହ୍ମପୁର ପୋଲିସ ଜଣଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.