Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଚନ୍ଦ୍ରାଣୀ ମୁର୍ମୁଙ୍କ ସଂପର୍କରେ ମର୍ଫଡ ସେକ୍ସ ଭିଡିଓ ପ୍ରସାରଣ କରି ବିଜେପି ସମର୍ଥକ ଗିରଫ, ପୋଲିସ ଦେଲା ସୂଚନା

10/04/2019 at 11:23 AM

ଘଟଗାଁ ୧୦|୪ : କେନ୍ଦୁଝର ଲୋକସଭା ଆସନର ବିଜେଡି ପ୍ରାର୍ଥୀନି ଚନ୍ଦ୍ରାଣୀ ମୁର୍ମୁଙ୍କ ମର୍ଫଡ ସେକ୍ସ ଭିଡିଓ ଭାଇରାଲ୍ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ଗତକାଲି ରାତିରେ ଢେଙ୍କିକୋଟ ବଜାରରୁ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ବାର୍ଡ  ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆ ସେଲ୍‌ର କୋଡିନେଟର ଜୟଦେବ ଗିରି । ଜୟଦେବଙ୍କ ଘର ଘଟଗାଁ ଥାନା ଅନ୍ତର୍ଗତ ନଙ୍ଗଳକଂଟି ଗ୍ରାମରେ । ପୂର୍ବରୁ ମଧ୍ୟ ଜୟଦେବ ସୋସିଆଲ୍ ମିଡ଼ିଆରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଗିରଫ ହୋଇ ଜାମିନରେ ଅଛନ୍ତି । ଜୟଦେବଙ୍କ ସହ ବିଷ୍ଣୁଦତ୍ତ ବାରିକ୍‌ଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

କେନ୍ଦୁଝର ଲୋକସଭା ଆସନ ପ୍ରାର୍ଥୀନି ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ସେକ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଭିଡିଓଟି ତାଙ୍କର ନୁହେଁ ବୋଲି ଚନ୍ଦ୍ରାଣୀ ମୁର୍ମୁ ଗଣମାଧ୍ୟମକୁ କହିବା ସହ ପୋଲିସର ସହାୟତା ମଧ୍ୟ ନେଇଥିଲେ । ଏ ନେଇ ଗତକାଲି ସୌଭାଗ୍ୟ ସୋରେନ ଜୟଦେବ ଗିରି, ବିଷ୍ଣୁଦତ୍ତ ବାରିକ ଏବଂ ବିଜେପିର ଅନ୍ୟ କିଛି ସମର୍ଥକଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ସେମାନେ କେନ୍ଦୁଝର ଲୋକସଭା ପ୍ରାର୍ଥୀନିଙ୍କର ମର୍ଫଡ ସେକ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ପରେ କେନ୍ଦୁଝର ପୋଲିସର ଘଟଣା ତଦନ୍ତ କରି ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ୍ ରୁ ଏହି ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଲୋକସଭା ସାଂସଦ ସକୁନ୍ତଳା ଲାଗୁରୀଙ୍କ ଟିକେଟ୍ କାଟି ସେଠାରେ ବିଜେଡି ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା କରିବା ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରାଣୀ ନବୀନ ନିବାସଠାରେ ବିଜେଡିରେ ଯୋଗଦେଇଥିଲେ । ଚନ୍ଦ୍ରାଣୀ କିଏ ଏବଂ ସେ କେମିତି ଟିକେଟ୍ ପାଇଲେ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଚମ୍ପୁଆର ସ୍ବାଧୀନ ବିଧାୟକ ତଥା ବହୁ ଚର୍ଚ୍ଚିତ ସନା ମହାକୁଡଙ୍କ ପରାମର୍ଶରେ ଚନ୍ଦ୍ରାଣୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ଜଣାପଡିଥିଲା ।

ବିଜେଡି ଓ ସନା ମହାକୁଡଙ୍କ ମଧ୍ୟରେ ହୋଇଥିବା ଡିଲ୍ ଅନୁସାରେ ଚନ୍ଦ୍ରାଣୀ ମୁର୍ମୁ କୌଣସି ରାଜନୈତିକ ପୃଷ୍ଠଭୂମି ନଥିବା ସତ୍ତ୍ବେ କେନ୍ଦୁଝରରୁ ପ୍ରାର୍ଥୀ ହୋଇଥିଲେ । ସେହିଭଳି ଚମ୍ପୁଆ ବିଧାନସଭା ଆସନରୁ ସନା ମହାକୁଡଙ୍କ ପରାମର୍ଶରେ ମିନାକ୍ଷୀ ମହାନ୍ତଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ତେବେ ପ୍ରାର୍ଥୀ ପତ୍ର ଦାଖଲ କରିବା ବେଳଠୁ ହିଁ ଚନ୍ଦ୍ରାଣୀ ମୁର୍ମୁ ବିବାଦରେ ଫସିଥିଲେ ।

   Related Posts