Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାମଧନ୍ଦା ଖୋଜିବାକୁ ସିମଡେଗାରୁ ସମ୍ବଲପୁର ଆସିଥିବା ବିବାହିତା ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ସମ୍ବଲପୁର ୧୬|୫: ଝାଡଖଣ୍ଡର ସିମ୍‌ଡେଗା ଅଞ୍ଚଳରୁ କାମଧନ୍ଦା ପାଇଁ ସମ୍ବଲପୁର ଆସିଥିବା ଜଣେ ମହିଳା ବଳାତ୍କାରର ଶିକାର ହୋଇଛନ୍ତି।  ସମ୍ବଲପୁର ଘରୋଇ ବସ୍‌ଷ୍ଟାଣ୍ଡର ଜଣେ ଡ୍ରାଇଭର ମହିଳାଙ୍କୁ ସମ୍ବଲପୁର ସହରର ବିଭିନ୍ନ ସ୍ଥାନ ବୁଲାଇ ବାରମ୍ବାର ବଳାତ୍କାର କରିବା ପରେ, ଏକ ପରିତ୍ୟକ୍ତ ସ୍ଥାନରେ ଛାଡିଦେଇ ଫେରାର୍‌ ହୋଇଯାଇଥିଲା। ପୋଲିସ୍‌ର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିବା ପରେ, ପୁରା ମାମଲା ଉପରୁ ପର୍ଦ୍ଦା ହଟିଛି ।

ଝାଡଖଣ୍ଡ ସିମ୍‌ଡେଗା ଅଞ୍ଚଳରୁ ଏକ ଦମ୍ପତ୍ତି କାମଧନ୍ଦା ପାଇଁ ରେଳଯୋଗେ ସମ୍ବଲପୁରରେ ପହଞ୍ଚିବା ପରେ ସିଟି ଷ୍ଟେସନ୍‌ ଅଞ୍ଚଳରେ ବସି ରହିଥିଲେ। ଏହି ସମୟରେ ସମ୍ବଲପୁର ଘରୋଇ ବସ୍‌ଷ୍ଟାଣ୍ଡର ଜଣେ ଡ୍ରାଇଭର ଲକ୍ଷ୍ମଣ ବର୍ମା ସେଠାରେ ପହଞ୍ଚି ଦମ୍ପତ୍ତିଙ୍କ ସହ କଥାବାର୍ତ୍ତା କରିଥିଲା ।

ସମ୍ବଲପୁରରେ କାମଧନ୍ଦା ଯୋଗାଡ କରାଇଦେବ ବୋଲି କହି ଦମ୍ପତ୍ତିଙ୍କ ମଧ୍ୟରେ ଲକ୍ଷ୍ମଣ ବର୍ମା ବିଶ୍ବାସ ସୃଷ୍ଟି କରିଥିଲା। ଏହାପରେ ଉଭୟଙ୍କୁ ନେଇ ଗୋଟିଏ ଗ୍ୟାରେଜ୍‌ରେ ରଖିଥିଲା ।ଏହାପରେ କାମଧନ୍ଦା ଯୋଗାଡ କରାଇଦେବ କହି ପ୍ରଥମେ ସ୍ବାମୀଙ୍କୁ ନେଇ ଅଇଁଠାପାଲ୍ଲୀ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲା । ସଂପୃକ୍ତ ବ୍ୟକ୍ତିଙ୍କୁ କିଛି ସମୟ ଅପେକ୍ଷା କରିବାକୁ ଲକ୍ଷ୍ମଣ ବର୍ମା କହିବା ସହ ସେଠାରୁ ଚାଲିଯାଇଥିଲା।

ସ୍ବାମୀକୁ ଅଇଁଠାପାଲି ବସଷ୍ଟାଣ୍ଡରେ ଛାଡିବାପରେ ଲକ୍ଷ୍ମଣ ବର୍ମା ପୁଣି ଗ୍ୟାରେଜ୍‌କୁ ଫେରିଥିଲା।  ସ୍ବାମୀଙ୍କ ପାଖକୁ ନେଇଯିବାକୁ କହି ମହିଳାଙ୍କୁ ନିଜ ମୋଟର ସାଇକେଲ୍‌ରେ ସହରଠାରୁ ଦୂର ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା। ସେଠାରେ ଧମକ୍‌ଚମକ୍‌ ଦେଇ ଦୁଷ୍କର୍ମ କରିବା କରିଥିଲା । ପରେ ପୁଣି ନିଜ ମୋଟର ସାଇକେଲ୍‌ରେ ସହରର ବିଭିନ୍ନ ସ୍ଥାନକୁ ନେଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଶେଷରେ, ସମ୍ବଲପୁର ସହର ବାହାରେ ମହିଳାଙ୍କୁ ଅସହାୟ ଅବସ୍ଥାରେ ଛାଡିଦେଇ ଫେରାର୍‌ ହୋଇଯାଇଥିଲା।

ମହିଳା ଜଣକ କନ୍ଦାକଟା କରିବା ସହ ବିଭିନ୍ନ ଲୋକଙ୍କୁ ପଚାରି ପଚାରି ଶେଷରେ ସଦରଥାନାରେ ପହଞ୍ଚିଥିଲେ। ହେଲେ ଦୁଷ୍କର୍ମ ଧନୁପାଲ୍ଲୀ ଥାନା ଅଞ୍ଚଳରେ ହୋଇଥିବାରୁ ମହିଳାଙ୍କୁ ପୁଣି ଧନୁପାଲ୍ଲୀଥାନାକୁ ପଠାଇ ଦେଇଥିଲା ସଦରଥାନା ପୋଲିସ୍‌। ଶେଷରେ ଧନୁପାଲ୍ଲୀଥାନାରେ ମାମଲା ଦାୟର କରାଯିବା ପରେ ପୋଲିସ୍‌ର ସ୍ବତନ୍ତ୍ର ସ୍କାର୍ଡ ଅଭିଯୁକ୍ତକୁ ଗତକାଲି ମଧ୍ୟ ରାତ୍ରରେ ଗିରଫ କରିବାରେ ସଫଳ ହୋଇଛି। ଆଜି ଉଭୟ ଅଭିଯୁକ୍ତ ଓ ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ଗିରଫ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରି କହିଛି ଯେ ମୋର ଭୁଲ ହୋଇଗଲା ।

ଏ ସଂପର୍କରେ ସମ୍ବଲପୁର ଡିଆଇଜିଙ୍କ କହିବା ହେଲା, ଯେ ପୀଡିତ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଏକାକି ପାଇ ଅଭିଯୁକ୍ତ ସେମାନଙ୍କୁ କାମଧନ୍ଦା ଯୋଗାଇଦେବା ନା ରେ ବିଶ୍ବାସ ସୃଷ୍ଟି କରିଥିଲା। ଏହାପରେ ସେ ସଂପୃକ୍ତ ମହିଳାଙ୍କୁ ସହରର ବିଭିନ୍ନ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ସ୍ବୀକାର କରିଛି। ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ସହ ସେମାନଙ୍କର ସିଆର୍‌ପିସିର ୧୬୪ ଧାରରେ ବୟାନ ରେକର୍ଡ କରାଯାଇଛି।

ପିଡୀତା ମହିଳା ଆଦିବାସୀ ସଂପ୍ରଦାୟର ହୋଇଥିବାରୁ, ଏହି ମାମଲାରେ ଅପହରଣ,ବଳାତ୍କାର ଓ ୩ଏସ୍‌ଟିଏଟି ପ୍ରିଭେନ୍‌ସନ ଆକ୍ଟରେ ମଧ୍ୟ ମାମଲା ଦାୟର କରାଯାଇଛି। ଡିଆଇଜିଙ୍କ ଦ୍ବାରା ତିନିଜଣ ଇନ୍‌ସପେକ୍ଟର,ଜଣେ ଡିଏସ୍‌ପି ଓ ଜଣେ ଅତିରିକ୍ତ ଏସ୍‌ପିଙ୍କୁ ନେଇ କରାଯାଇଥିବା ଟିମ୍‌ ଖୁବ୍‌ କମ୍ ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରି,ଅଭିଯୁକ୍ତକୁ ଗିରଫ କରିପାରିଥିବା ବେଳେ, ଏବେ ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନା, ସେ ସଂପର୍କରେ ଅନୂସନ୍ଧାନ ଜାରୀ ରଖିଛି ।

ସମ୍ବଲପୁର ସହରରେ ଦିନକୁ ଦିନ ଅବାଧରେ ନିଶାକାରବାର ଚାଲୁଥିବାରୁ, ଏହାର ପ୍ରଭାବରେ ଦୁଷ୍କର୍ମ,ହତ୍ୟା,ଅପହରଣ,ଡକାୟତି ଭଳି ଘଟଣା ଦିନକୁ ଦିନ ବଢିଚାଲିଛି। ମୁଖ୍ୟତଃ ଧନୁପାଲ୍ଲୀ ଥାନା ଅଞ୍ଚଳଟି ଏବେ ଧିରେଧିରେ ଅପରାଧପ୍ରବଣ ଅଞ୍ଚଳରେ ପରିଣତ ହୋଇପଡିଥିବାରୁ, ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

174 Views

   ସମ୍ବନ୍ଧିତ ଖବର