ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପିନେଲା ଦୁର୍ବୃତ୍ତ, ବାନ୍ଧିଲା ପୋଲିସ

Published By : Prameya-News7 Bureau | March 06, 2021 IST

ପୁରୀ ୬।୩: ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବାବେଳେ ଝାମ୍ପି ନେଲା ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶୌଚାଳୟ ଛକ କନକ ଦୁର୍ଗା ଲେନର ମଧୁସୂଦନ ମିଶ୍ର । ଏହି ଘଟଣାକୁ ନେଇ ପୁରୀ କୁମ୍ଭାରପଡା ଥାନାରେ ମଧୁସୂଦନ ଅଭିଯୋଗ କରିଥିବା ବେଳେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତ ଜଣକ ବିହାର କୋର୍ହା ଥାନା ଅଞ୍ଚଳର ବିବେକ ଯାଦବ। ବିବେକ ନିକଟରୁ ପୋଲିସ ଗୋଟିଏ ମୋଟର ସାଇକେଲ ସହ ନଗଦ ୫୦ ହଜାର ଟଙ୍କା ଓ ବାଇଡଙ୍କ ଗୁଣ୍ଡ ଜବତ କରିଛି।  ଅନ୍ୟପଟେ ଅଭିଯୁକ୍ତ ବିବେକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସେହିପରି ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୀ ଏସପି କେ. ବିଶାଳ ସିଂ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.