Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ଶିଶୁଙ୍କ ସହ ମା’ଙ୍କ ମୃତଦେହ ମିଳିବା ଘଟଣା : ପରକୀୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା କରିବା ପରେ ଦୁଇ ଶିଶୁଙ୍କୁ ମାରିଥିଲା ବାପା, ଅଭିଯୁକ୍ତ ଗିରଫ

10/09/2019 at 12:28 PM

କଳାହାଣ୍ଡି ୧୦।୯: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନା ସିଂଗଝରଣ ଗାଁରେ ଦୁଇ ଶିଶୁଙ୍କ ସହ ମା’ଙ୍କ ମୃତଦେହ ମିଳିବା ଘଟଣାରେ ନୂଆ ମୋଡ । ସ୍ତ୍ରୀକୁ ହତ୍ୟା କରିବା ପରେ ଦୁଇ ଶିଶୁଙ୍କୁ ହତ୍ୟା କରିଥିଲା ବାପା । ଅଭିଯୁକ୍ତ ବାପାକୁ ଗିରଫ କଲା ପୋଲିସ । ପରକୀୟା ପ୍ରୀତି ପାଇଁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଏନେଇ ପ୍ରେସମିଟ୍ ରେ କଳାହାଣ୍ଡି ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ସିଂଗଝରଣ ଗାଁରେ ଘର ଭିତରୁ ଦୁଇ ଶିଶୁଙ୍କ ଗଳାକଟା ମୃତଦେହ ଓ ନିକଟସ୍ଥ ରେଳ ଲାଇନରୁ ମା’ର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା ପରେ ମା’ ଆତ୍ମହତ୍ୟା କରିଥିବା କୁହାଯାଉଥିଲା । ମୃତ ମା’ ବିମଳା ମାଝୀ, ୨ ଶିଶୁ ହେଲେ ୪ବର୍ଷର ରବୀନ୍ଦ୍ର ମାଝୀ ଓ ୬ବର୍ଷର ଦୁଷ୍ମନ୍ତ ମାଝୀ । ସ୍ବାମୀ ଘରେ ଅନୁପସ୍ଥିତ ଥିବା ବେଳେ ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରିବା ପରେ ଗାଁ ନିକଟ ରେଳ ଲାଇନକୁ ଯାଇ ମା’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା ।

ସ୍ବାମୀ ଲିଙ୍ଗା ମାଝୀ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସେ ଦ୍ବିତୀୟ ବିବାହ କରିଥିବା ଜାଣିବାକୁ ପାଇଥିଲେ ସ୍ତ୍ରୀ ବିମଳା । ଏ ବାବଦରେ କିଛି ଦିନ ତଳେ ବିମଳା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହାକୁ ବିରୋଧ କରିବାକୁ ଯାଇ ୨ଶିଶୁଙ୍କୁ ହତ୍ୟା କରିବା ସହ ସ୍ତ୍ରୀ ଜୀବନ ହାରି ଦେଇଥିବା ଅନୁମାନ କରାଯାଉଥିଲା । ତେବେ ଏଥିରେ ଆଜି ନୂଆ ମୋଡ ଆସିଛି । ସ୍ବାମୀ ଲିଙ୍ଗା ମାଝୀ ହିଁ ତିନି ଜଣଙ୍କୁ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି ।

   Related Posts