ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରିଥିବା ଯୁବକ ଗିରଫ

Published By : Prameya-News7 Bureau | November 26, 2019 IST

କଣ୍ଟାବାଞ୍ଝି ୨୬।୧୧ : କଣ୍ଟାବାଞ୍ଝି ଥାନା ଅଂଚଳର ଜଣେ ଦଳିତ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଅପହରଣ କରି ନେଇ ଫେରାର ହୋଇଥିବା ଯୁବକକୁ କଣ୍ଟାବାଞ୍ଝି ପୋଲିସ ଗିରଫ କରିଛି । ନାବାଳିକାଙ୍କ ପରିବାର ଗତ ମାସ ୨୨ ତାରିଖରେ ଏ ନେଇ ଥାନାରେ ଏତଲା ଦେଇଥିଲେ ।

{"id":190170,"sizeSlug":"large"}

ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲା । ଏକଥା ଅପହରଣ କରିଥିବା ଯୁବକ ଜାଣିବା ପରେ ନାବାଳିକାଙ୍କୁ ଛାଡି ଫେରାର ହୋଇଯାଇଥିଲା । ନାବାଳିକାଙ୍କ ପରିବାର ଲୋକ ଜାଣି ପୋଲିସକୁ ଖବର ଦେଇଥିଲେ । ପରେ ଯୁବକର ଖୋଜଖବର କରି ତାକୁ ଗିରଫ କରିଥିଳା ପୋଲିସ । କଣ୍ଟାବାଞ୍ଝି ପୋଲିସ ପୋକ୍ସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.