Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣା, ଗୁଜୁରାଟରୁ ଗିରଫ ହେଲା ଅଭିଯୁକ୍ତ କାଳିଆ ବାରିକ

19/05/2019 at 12:41 PM

ଭୁବନେଶ୍ବର ୧୯|୫: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକଙ୍କୁ  ଗୁଜରାଟରୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମର କାଳିଆ ବାରିକ । ସେ କଟକ ଝାଞ୍ଜିରୀ ମଙ୍ଗଳା ଅଂଚଳରେ ରହୁଥିଲା ।

ଗତ ଏପ୍ରିଲ ୨୯ ତାରିଖରେ କଟକ ପୁରୀଘାଟ ଥାନାରେ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ନେଇ ଏକ ମାମଲା ରୁଜୁ ହୋଇଥିଲା । ହ୍ବାଟସଅପ୍ ଜରିଆରେ ଅନୁଭବଙ୍କୁ ହତ୍ୟା ଧମକ ମିଳିଥିଲା । ୧୦ ଲକ୍ଷ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଅନୁଭବ ମହାନ୍ତିଙ୍କୁ ସେ ଧମକ ଦେଇଥିଲେ । ମାମଲାକୁ ଆଧାର କରି ପୋଲିସ ଖୋଳତାଡ ଜାରି ରଖିଥିଲା । ତେବେ ଅଭିଯୁକ୍ତକୁ ଗୁଜୁରାଟରୁ ଗିରଫ କରାଯାଇଛି ।

କେନ୍ଦ୍ରାପଡା ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରିଛନ୍ତି ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି। ସେ ବିଜେପିର ହେଭିୱେଟ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ନିର୍ବାଚନ ଲଢିଛନ୍ତି। ଅନୁଭବ ଗତ ୨୦୧୪ ମସିହାରୁ ରାଜ୍ୟସଭା ସାଂସଦ ଅଛନ୍ତି।

   Related Posts