ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | December 29, 2019 IST

ବାଲିଗୁଡା ୨୯।୧୨: କନ୍ଧମାଳ ଜିଲ୍ଲା ବାଲିଗୁଡାର ବହୁଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଆଜି କନ୍ଧମାଳ ଏସପି ପ୍ରତୀକ ସିଂ ବାଲିଗୁଡା ଥାନାରେ ପ୍ରେସମିଟ୍ ଜରିଆରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।ଦୀର୍ଘ ୧୯ ଦିନ ପରେ ପୋଲିସକୁ ସଫଳତା ମିଳିଛି।

{"id":204041,"sizeSlug":"large"}

ମୁଖ୍ୟ ଅଭିଯୁକ୍ତ ତଥା ଷଡଯନ୍ତ୍ରକାରୀ  ବିଶ୍ବଜିତ୍ ପାତ୍ର ଏକଲକ୍ଷ ଟଙ୍କା ସୁପାରି ଦେଇ ହତ୍ୟାକାଣ୍ଡ ଭିଆଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଦୁଇଜଣ ସାର୍ପ ସୁଟର ସମେତ ହତ୍ୟାକାଣ୍ଡରେ ସହଯୋଗ କରିଥିବା ବର୍ତ୍ତମାନ ବାଲିଗୁଡା ସାଉଥ୍-କୋ ଡିଭିଜନରେ କାର୍ଯ୍ୟରତ ବଡଗଡ ଅଞ୍ଚଳର ରାସ ବିହାରୀ ଦାସ। ମୁଣ୍ଡ ମରାଇ ଗାଁର ଏସ୍ ବାଲାଜି ଆଚାରୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ଏକ ପିସ୍ତଲ, ଅଫୁଟା ଗୁଳି, ବାଇକ୍, ୬ଟି ମୋବାଇଲ୍ ଜବତ କରିଛି।ବାଲିଗୁଡା ଥାନାରେ କେସ୍ ନମ୍ବର ୧୮୮/୧୯  ୩୪ ଆଇପିସି ୨୩/୨୭   ଆର୍ମ ଆକ୍ଟରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। 

{"id":204042,"sizeSlug":"large"}

ଡିସେମ୍ବର ୧୦ ତାରିଖରେ ସକାଳୁ ସୂଚନା ଅଧିକାର କର୍ମୀ ଅଭିମନ୍ୟୁପଣ୍ଡାଙ୍କୁ ନିଜ ଘର ନିକଟରେ ହତ୍ୟାକରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ବାଲିଗୁଡା ଜଗନ୍ନାଥ ମନ୍ଦିର ବିବାଦ ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ବୋଲି ସନ୍ଦେହ କରାଯାଉଥିଲା । ଜଗନ୍ନାଥ ମନ୍ଦିରର ଭଡାକୁ ନେଇ ବିଶ୍ବଜିତ୍ ପାତ୍ର  ସହ ତାଙ୍କର ତିକ୍ତତା ଥିଲା।

{"id":204043,"sizeSlug":"large"}

ସୂଚନା ଯୋଗ୍ୟ ଯେ, ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ସହିତ ପୁରୁଣା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବିବାଦ ଲାଗିରହିଥିଲା। ପ୍ରକୃତ ହତ୍ୟାକାଣ୍ଡ ଜଗନ୍ନାଥ ମନ୍ଦିର ଦେବତ୍ତୋର ବିଭାଗକୁ ଯିବା ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟିଛି ବୋଲି ଏସପି ପ୍ରତୀକ ସିଂ ପ୍ରକାଶ କରିଛନ୍ତି। ତଦନ୍ତ ପରେ ଆଉ ଅନେକ ଘଟଣା ଉପରୁ ରହସ୍ୟ ଉନ୍ମୋଚନ ହେବ ବୋଲି ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.