Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ବିଚ୍‌ ରାସ୍ତାରେ ଶିକ୍ଷୟତ୍ରୀଙ୍କୁ ହତ୍ୟା ଘଟଣା , ପାରିବାରିକ କଳହକୁ ନେଇ ସ୍ୱାମୀ ସାଜିଥିଲା ହତ୍ୟାକାରୀ

11/07/2020 at 3:32 PM

ଯାଜପୁର ୧୧।୦୭: ଯାଜପୁର ରୋଡ଼ ରାଛିପୁରରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ହତ୍ୟାକାଣ୍ଡ ମାମଲା । ଘଟଣାରେ  ଅଭିଯୁକ୍ତ ସ୍ବାମୀ ସୌମ୍ୟପ୍ରକାଶ ମଲ୍ଲିକଙ୍କୁ ଗିରଫ କରିଛି ପୋଲିସ୍ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ ମଧ୍ୟ ଜବତ କରାଯାଇଛି । ପାରିବାରିକ କଳହକୁ ନେଇ ଆକ୍ରୋଶମୂଳକ ଭାବେ ଅଭିଯୁକ୍ତ ସୌମ୍ୟପ୍ରକାଶ ତାଙ୍କ ପତ୍ନୀଙ୍କୁ  ହତ୍ୟା କରିଥିବା ଅଭିଯୋଗ  ପୋଲିସ କହିଛି।

ସୂଚନାଯୋଗ୍ୟ ଯେ, ଜୁଲାଇ ୯ ତାରିଖରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ତାଙ୍କର ଜଣେ ସହକର୍ମୀଙ୍କ ସହ ବାଇକ୍ ଯୋଗେ ସ୍କୁଲରୁ ଘରକୁ ଫେରିବା ସମୟରେ ରାଛିପୁର ଛକ ନିକଟରେ ଉଭୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ଉଭୟଙ୍କୁ ଗୋଡାଇ ଗୋଡାଇ ହାଣିଥିଲା ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀ ଯୋଗମାୟା ଜେନା ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହକର୍ମୀ ଶିକ୍ଷକ ଜଣକ ଗୁରୁତର ଆହତ ହୋଇଥିଲେ। ତଦନ୍ତ ପରେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ସୌମ୍ୟପ୍ରକାଶଙ୍କୁ ଗିରଫ କରିଛି ଯାଜପୁର ରୋଡ୍ ପୋଲିସ୍।

ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ମିଳିଥିବା ସୂଚନା ଅନୁଯାୟୀ ସୌମ୍ୟପ୍ରକାଶ ଓ ଯୋଗମାୟା ପ୍ରେମ ବିବାହ କରିଥିଲେ। ପରେ କୌଣସି କାରଣରୁ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ତିକ୍ତତା ଲାଗି ରହିଥିଲା ।

   Related Posts