Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ସଂରକ୍ଷିତ ଜଙ୍ଗଲରୁ ହରିଣର କଟା ମୁଣ୍ଡ ମିଳିବା ଘଟଣା : ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

27/02/2021 at 12:44 PM

ଆଠଗଡ ୨୭।୨: ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅଧିନ ପନିଆଁମା ସଂରକ୍ଷିତ ଜଙ୍ଗଲରୁ ହରିଣର କଟା ମୁଣ୍ଡ ମିଳିବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଗିରଫ ହୋଇଛି । ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ପପୁ ସ୍ବାଇଁଙ୍କୁ ଗିରଫ କରିଛି ବନ ବିଭାଗ ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୦ ତାରିଖରେ ପପୁ ଓ ତାର ୩ ଜଣ ସହଯୋଗୀ ହରିପୋଲେଇ ଜଙ୍ଗଲରେ ଏକ ହରିଣକୁ ମାରି ତାର ମାଂସକୁ ବିକ୍ରି କରିବା ସହ ମୁଣ୍ଡକୁ ବୁଦା ମୂଳେ ଲୁଚାଇ ରଖିଥିଲେ । ଖବର ପାଇ ବନ ବିଭାଗ ଚଢାଉ ବେଳେ ବନ ବିଭାଗର କର୍ମଚାରୀମାନଙ୍କୁ ଦେଖି ଅଭିଯୁକ୍ତମାନେ ହରିଣର କଟା ମୁଣ୍ଡ ଛାଡି ଫେରାର ହୋଇଯାଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ ଡିଏଫଓ ଗୋପୀନାଥ ସୁଦର୍ଶନ ଯାଦବ ଏବଂ ଖୁଣ୍ଟୁଣୀ ବାନାଞ୍ଚଳ ଅଧିକରୀ ଉଭୟ ଚଢଉ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି ।

   Related Posts