ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ

Published By : Prameya-News7 Bureau | March 09, 2021 IST

ପାରାଦୀପ ୯।୩: ପାରାଦୀପରୁ ଜଣକୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ସୋମବାର ରାତିରେ ପଶ୍ଚିମବଙ୍ଗ ପୋଲିସ ପାରାଦୀପ ସ୍ଥିତ ଜରଦାର ପଡାରୁ ସୁନୀଲ ମଣ୍ଡଳ ନାମକ ଜଣେ ବ୍ୟକ୍ତିକୁ ପାରାଦୀପ ଲକ୍ ଥାନା ସହାୟତାରେ ଗିରଫ କରିଛି । ସୁନୀଲ ମଣ୍ଡଳକୁ ଦୀର୍ଘ ଦିନ ହେବ ଜଣେ ମହିଳାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ହେମନଗର କୋଷ୍ଟାଲ ପୋଲିସ ଖୋଜୁଥିଲା ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାର ଜୋଗେଶ ଗଞ୍ଜ ଗ୍ରାମର ଜଣେ ମହିଳାଙ୍କ ଗଳିତ ମୃତଦେହ ଜାନୁଆରୀ ମାସ ୬ ତାରିଖରେ ଉଦ୍ଧାର କରାଯାଇଥିଲା । ତେବେ ଏହି ମହିଳାଙ୍କ ହତ୍ୟା ପଛରେ ସୁନୀଲ ମଣ୍ଡଳ ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରମାଣ ମିଳିଥିଲା । ସେହିଦିନଠାରୁ ପଶ୍ଚିମବଙ୍ଗରୁ ପଳାଇ ଆସି ପାରାଦୀପ ଜରଦାର ପଡାରେ ଲୁଚି ରହିଥିଲା । କୌଣସି ସୂତ୍ରରୁ ଖବର ପାଇ ପଶ୍ଚିମବଙ୍ଗ ପୋଲିସ ସୋମବାର ପାରାଦୀପରେ ପହଞ୍ଚି ଲକ୍ ଥାନା ପୋଲିସ ସହାୟତାରେ ସୁନୀଲକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.