Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ

30/05/2020 at 8:59 PM

ନୀଳଗିରି, ୩୦|୦୫: ବାଲେଶ୍ୱର ବରମପୁର ଥାନା ଅଧିନରେ ଜଣେ ଯୁବତୀକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି।

ସୂଚନାରୁ ପ୍ରକାଶ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ବରଡାଡିହ ଗ୍ରାମର ଦେବାଶିଷ ହାସଦା ନାମକ ଜଣେ ଯୁବକ ଛତ୍ରପୁର ପଂଚାୟତର ଜୈନିକ ୧୯ ବର୍ଷୀୟ ଯୁବତୀଙ୍କୁ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଅପହରଣ କରିନେଇଥିଲେ । ଏପରିକି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ଯୁବତୀ ଜଣକ  ଖସି ଆସିବାପରେ ଚଳିତ ମାସ  ୨୮ ତାରିଖରେ ଯୁବତୀ ଜଣକ ବରମପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ୪୦ ନମ୍ବର ମାମଲା ରୁଜୁ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି। ରବିବାର  ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବରମପୁର ଥାନାଧିକାରୀ ପ୍ରଭଞ୍ଜନ  ବେହେରା ସୁଚନା ଦେଇଛନ୍ତି।

   Related Posts