Saturday, March 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଆ-ବାପା-ଭଉଣୀକୁ ଯୁବକ କରିଥିଲା ବିଭତ୍ସ ହତ୍ୟା, ଏହିହତ୍ୟା ପଛରେ କଣଥିଲା କାହାଣୀ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ ୧୨/୧- ଦିଲ୍ଲିର ବସନ୍ତ କୁଂଜ ଟ୍ରିପିଲ ମର୍ଡ଼ର ହତ୍ୟାକାଣ୍ଡର ମୁଖ୍ୟଅଭୁଯୁକ୍ତଙ୍କୁ ପୋଲିସ ଧରିବାର ସକ୍ଷମ ହୋଇଛି । ହତ୍ୟାକାଣ୍ଡର ଦିଗ ବଦଳାଇ ପୋଲିସକୁ ମତିଭ୍ରମ କରୁଥିବା ହତ୍ୟାକାରୀ, ସେହି ପରିବାରର ପୁଅ ସୂରୁଜ ଥିଲା । ପୋଲିସ କିମ୍ବା ପଡ଼ୋଶୀ କେହି ଏହି ଘଟଣାକୁ ବିଶ୍ଵାସ କରିପାରୁ ନଥିଲେ । କାହିଁକି ଘଟିଥିଲା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ… ଆସନ୍ତୁ ଜାଣିବା ।

ଦକ୍ଷିଣଦିଲ୍ଲୀ ବସନ୍ତକୁଂଜରେ  ସୂରଜ(୧୯) ପରିବାର ସହ ରହୁଥିଲା । ବାପା,ମାଆ, ସାନଭଉଣୀ ମଧ୍ୟ ଏହି ପରିବାରର ସଦସ୍ୟ ଥିଲେ । କନୌଜର ମୂଳବାସିନ୍ଦା ଥିଲେ ସୂରଜଙ୍କ ବାପା ମିଥିଳେଶ । ସେ ଦିଲ୍ଲି ଆସି କଣ୍ଟ୍ରାକ୍ଟରୀ କରି ପରିବାର ଚଳାଉଥିଲେ । ସୂରଜ ପରିବାରର ବଡ଼ ପୁଅ ବୋଲି ଅଧିକ ଗେହ୍ଲାଥିଲା । ଏହି କାରଣରୁ ସେ କାହାକୁ ମଧ୍ୟ ମାନୁନ ଥିଲା ।

ସୂରଜର କିଛି ସାଙ୍ଗ ଅପରାଧୀ ଶ୍ରେଣୀର ଥିଲେ । ଏହା ଜାଣି ସୁଦ୍ଧା ସୂରଜ ସେମାନଙ୍କ ସହ ମିଶୁଥିଲା । ଏହିକଥାକୁ ସୂରଜର ବାପା ସହଜରେ ଗ୍ରହଣ କରି ପାରୁ ନଥିଲେ । ଫଳରେ ସୂରଜକୁ ସବୁବେଳେ ଖରାପ ପିଲାଙ୍କ ସହ ମିଶିବାକୁ ବିରୋଧ କରୁଥିଲେ । କିନ୍ତୁ ସୂରଜ ଏହିକଥାକୁ ଶୁଣୁ ନଥିଲା । ନିଶାଗ୍ରସ୍ତ ହୋଇ ବେଶୀ ରାତିରେ ଫେରୁଥିଲା । ନିଶା ଖାଇବା ଓ ରାତିରେ ଫେରିବାକୁ ନେଇ ସୂରଜଙ୍କ ବାପା ପ୍ରତ୍ୟେକଦିନ ସୂରଜକୁ ଗାଳି କରିବା ସହ ମାଡ଼ ବି ମାରୁଥିଲେ । ସୂରଜ ଅନେକ ସମୟରେ ଉତକ୍ଷିପ୍ତ ହେଉଥିଲେ ମଧ୍ୟ ବାପାଙ୍କୁ କିଛି କହି ପାରୁ ନଥିଲା ।

ଅନ୍ୟପକ୍ଷରେ ସୂରଜ କିଛି ସାଙ୍ଗଙ୍କ ସହ ମିଶି ଜମି କିଣାବିକାରେ ସାମିଲ ଥିଲା । ଏହି ବ୍ୟବସାୟ ସହିତ ଆହୁରି ଅନେକ ଯୁବକ-ଯୁବତୀ ମଧ୍ୟ ସାମିଲ ଥିଲେ । ପ୍ଲଟ କିଣାବିକାରେ ସାମିଲଥିବାରୁ ଅନେକ ପଇସା ମଧ୍ୟ ରୋଜଗାର କରୁଥିଲେ । ଏହି ପଇସାକୁ ମଉଜମସ୍ତି କରିବା ନିଶାପାନ କରିବା କାମରେ ସାଙ୍ଗମାନଙ୍କ ସହ ମିଶି ଖର୍ଚ୍ଚ କରୁଥିଲେ ।

ଏତେ କମ୍ ବୟସରୁ ଏମିତି ନିଶାଖାଇ ଜୀବନକୁ ନଷ୍ଟ କରିଦେବାକୁ ସୂରଜର ବାପା ମିଥିଲେଶ ଚାହୁଁ ନ ଥିଲେ । ସେଥିପାଇଁ ଅନେକ ଚେଷ୍ଟା କରିଥିଲେ ବି ଏହି ଅବାଟରୁ ଫେରାଇ ପାରି ନଥିଲେ । ସୂରଜପାଇଁ ପ୍ରତିଦିନ ଏହି କାରଣରୁ ପାଟିତୁଣ୍ଡ ହେଉଥିଲା ।

ଘଟଣାଦିନ ସୂରଜ ନିଶାଖାଇ ଡ଼େରିରେ ଫେରିଥିଲା । ବାପା ମିଥିଲେଶ ସେଦିନ ବିରକ୍ତ ହେଵା ସହ ବିରୋଧ କରିଥିଲେ । ସେମାନେ ସାଥୀହୋଇ ମଧ୍ୟ ରାତ୍ରୀଭୋଜନ କରିଥିଲେ ।

ଅନେକଦିନରୁ ସୂରଜ ତା ବାପାଙ୍କୁ ହତ୍ୟାକରିବାକୁ ଯୋଜନା ଥିଲା । କିନ୍ତୁ ଏହି ଯୋଜନାକୁ କୌଣସି ରୂପଦେଇପାରୁ ନଥିଲା । ସେଦିନ ମଦ ନିଶାରେ ସାନ ଭଉଣି ଓ ମାଆକୁ ବି ହତ୍ୟା କରୁଥିଲା । ମାଆ-ବାପା-ଭଉଣିକୁ ହତ୍ୟା କରିସାରିବା ପରେ ସେ ଘରର କବାଟ ଖୋଲି ଚାଲିଯାଇଥିବା କଥା ସୂରଜ ପୋଲିସ ଆଗରେ କହିଛି ।

ତା ପରେ ପୋଲିସକୁ ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀକୁ ଧରିବାକୁ ବିଫଳ ହୋଇଥିଲା ।   ସୂରଜ ନିଜେ  ଏହି ହତ୍ୟାକାଣ୍ଡ ଘଟାଇଥିଲେ ବି ପୋଲିସକୁ ବିଭିନ୍ନ ଭୁଲତଥ୍ୟ ଦେଇ ବିଭ୍ରାନ୍ତି କରୁଥିଲା ।

ଶେଷରେ ପୋଲିସ ସୂରଜକୁ ଧରିବା ପରେ ସବୁ ଘଟଣାର ଫର୍ଦ୍ଦାଫାଶ ହୋଇଥିଲା ।

 

249 Views

   ସମ୍ବନ୍ଧିତ ଖବର