ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ ଆକ୍ରମଣ ମାମଲା ; ଅଭିଯୁକ୍ତ ଗିରଫ

Published By : Prameya-News7 Bureau | February 02, 2019 IST

ପଟ୍ଟାମୁଣ୍ଡାଇ ୨|୨: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ସୂର୍ଯ୍ୟକାନ୍ତ ମଳିକ। ପଟ୍ଟାମୁଣ୍ଡାଇ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତକୁ ଗିରଫ କରିଛି। କିଛିଦିନ ତଳେ ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ କଟୁରୀରେ ଆକ୍ରମଣ କରି ସୂର୍ଯ୍ୟକାନ୍ତ ଫେରାର  ହୋଇଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତକୁ ତୁରନ୍ତ ଗିରଫ ନେଇ ପଟ୍ଟାମୁଣ୍ଡାଇ ସାମ୍ବାଦିକ ସଂଘ ପକ୍ଷରୁ ଦାବି ହୋଇଥିଲା। ସୂର୍ଯ୍ୟକାନ୍ତ ଦୁବାଇ ଯିବାକୁ ଉଦ୍ୟମ କରିବାବେଳେ ପୁଲିସ୍‌ ଖବର ତାକୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.