ନବ ବିବାହିତାଙ୍କୁ ଏସିଡ୍‌ ପିଆଇ ଦେଲେ ଶାଶୂଘର ଲୋକ: ମହିଳା ଆୟୋଗର ଟ୍ୱିଟ ପରେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 21, 2021 IST

ଗ୍ୱାଲିଅର ୨୧/୦୭ : ଦିଲ୍ଲୀ ମହିଳା ଆୟୋଗ ଚେୟାରମ୍ୟାନ୍ ସ୍ଵାତି ମାଲିୱାଲଙ୍କ ଟ୍ୱିଟ ପରେ ଗ୍ୱାଲିଅର ପୋଲିସ ନବ ବିବାହିତାଙ୍କୁ ଏସିଡ ପିଆଇବା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୀଡିତା ମହିଳା ଚଳିତ ବର୍ଷ ବିବାହ କରିଥିଲେ। ଜୁନ୍ ୨୮ ତାରିଖରେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା।

ଜୁଲାଇ ୩ ରେ ପୀଡିତାଙ୍କ ମା' ତାଙ୍କ ସ୍ୱାମୀଙ୍କ ବିରୋଧରେ ଡାବରା ଥାନାରେ ଯୌତୁକ ନିର୍ଯାତନା ମାମଲା ରୁଜ୍ଜୁ କରିଥିଲେ। ପୀଡିତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ପଠା ଯାଇଥିଲା। ଯେତେବେଳେ ମାଜିଷ୍ଟ୍ରେଟଙ୍କ ଆଗରେ ଦିଲ୍ଲୀରେ ବୟାନ ରେକର୍ଡ କରାଯାଇଥିଲା ସେତେବେଳେ ପୀଡିତା ଜଣକ କହିଥିଲେ ଯେ ତାଙ୍କ ସ୍ୱାମୀ, ବଡ ଜା' ଏବଂ ନଣନ୍ଦ ତାଙ୍କୁ ଏସିଡ୍ ପିଆଇ ଦେଇଥିଲେ। ଏହା ପରେ ତାଙ୍କ ଶରୀର ଏବଂ ପେଟର ଅଙ୍ଗଗୁଡ଼ିକ ଜଳି ଯାଇଛି।

ମାମଲା ଦିଲ୍ଲୀ ମହିଳା ଆୟୋଗ ଚେୟାରମ୍ୟାନ୍ ସ୍ଵାତି ମାଲିୱାଲଙ୍କ ସାମ୍ନାକୁ ଆସିବା ପରେ ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଏକ ଟ୍ୱିଟ କରିଥିଲେ। ଟ୍ୱିଟରେ ସେ ଲେଖିଥିଲେ ଯେ ପୋଲିସ ଅଭିଯୁକ୍ତକୁ ଗିରଫ କରୁନାହିଁ।

wp:html /wp:html

ଟ୍ୱିଟରେ ସେ ଲେଖିଥିଲେ, "ଗ୍ୱାଲିଅର ଯୁବତୀଙ୍କୁ ତାଙ୍କ ସ୍ୱାମୀ ଏସିଡ୍ ପିଆଇ ଦେଇଛନ୍ତି ଯେଉଁଥିପାଇଁ ତାଙ୍କ ଅଙ୍ଗ ଜଳି ଯାଇଛି। ମଧ୍ୟପ୍ରଦେଶରେ ଏଫ୍ଆଇଆର୍ ହାଲୁକା ଭାବେ ଗ୍ରହଣ କରାଯାଇଛି। ମାମଲାରେ ଏବେ ସୁଦ୍ଧା କେହି ଗିରଫ ହୋଇନାହାନ୍ତି। ଆମେ ଦିଲ୍ଲୀରେ ପୀଡିତାଙ୍କ ଚିକିତ୍ସା କରୁଛୁ ଏବଂ ଏସଡିଏମଙ୍କ ନିକଟରେ ବୟାନ ମଧ୍ୟ ରେକର୍ଡ କରିଛୁ। ଏହି ଭୟଙ୍କର ଫଟୋ ଏହି ଆଶାରେ ଦିଆଯାଇଛି ଯେ ଶିବରାଜ ଜୀ ଅପରାଧୀଙ୍କୁ ଗିରଫ କରାଇବେ।

ଏହି ଟ୍ୱିଟ ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ପୋଲିସ ଉପରେ ଚାପ ସୃଷ୍ଟି ହୋଇଥିଲା ଏବଂ ଏହି ଘଟଣାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗ୍ୱାଲିଅର୍ ଏସପି କହିଛନ୍ତି ଯେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.