ରାସ୍ତାରେ ପୋଲିସ-ଅପରାଧୀ ଛକାପଞ୍ଝା : ପୋଲିସରୁ ଚକମା ଦେଇ ଅଭିଯୁକ୍ତ ଫେରାର, ଟ୍ରକ୍ ଜବତ

Published By : Prameya-News7 Bureau | May 11, 2021 IST

ଚଣ୍ଡିଖୋଲ ୧୧।୫: ଜାତୀୟ ରାଜପଥରେ ପୋଲିସ ଓ ଅପରାଧୀ ମଧ୍ୟରେ ଛକାପଞ୍ଝା । ପୋଲିସକୁ ଚକମା ଦେଇ ଅପରାଧୀ ମାରିଲା ଚମ୍ପଟ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାଠାରେ । ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁରଠାରେ ଜନୈକ ଯୁବକଙ୍କ ନାମରେ ଧର୍ମଶାଳା ଥାନାରେ ମାମଲା ରହିଥିଲା । ଯୁବକ ଜଣଙ୍କ ଜାତୀୟ ରାଜପଥରେ ଟ୍ରକ୍ ଯୋଗେ ଲୁହାପଥର ନେଇ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଜାଣିବାକୁ ପାଇଥିବା ବେଳେ ଧର୍ମଶାଳା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ ଜାରକା ନିକଟରେ ଜାତୀୟ ରାଜପଥରେ ନାକାବନ୍ଦୀ କରିଥିଲା । ପୋଲିସ ଉକ୍ତ ଗାଡିକୁ ଦେଖିବା ମାତ୍ର ଗୋଡାଇବା ସମୟରେଯୁବକ ଜଣଙ୍କ ଦ୍ରୁତ ଗତିରେ ଗାଡିକୁ ପୋଲିସ ଉପରକୁ ଚଢାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉକ୍ତ ସମୟରେ ଯୁବକ ଜଣକ ଗାଡିରୁ ଚମ୍ପଟ ମାରି ଫେରାର ହୋଇ ଯାଇଥିଲା । ଘଟଣାସ୍ଥଳରେ ପୋଲିସ ଉକ୍ତ ଟ୍ରକକୁ ଜବତ କରିବା ସହ ଅପରାଧୀକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.