ପୋଲିସକୁ ଚକ୍‌ମା ଦେଇ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

Published By : Prameya-News7 Bureau | November 13, 2019 IST

ନବରଙ୍ଗପୁର ୧୩।୧୧: ହାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ଘଟିଛି ଏଭଳି ଘଟଣା । ପରିଶ୍ରା କରିବାକୁ ଯିବା ବାହାନା କରି କଏଦୀ ଫେରାର ହୋଇଯାଇଛି । ଫେରାର ଅଭିଯୁକ୍ତ ଅରୁଣ ହରିଜନ ବୋଲି ଜଣାପଡ଼ିଛି।

{"id":183324,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅରୁଣକୁ ଏକ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ନେଇ ଗତକାଲିଠାରୁ ଥାନାରେ ଅଟକ ରଖିଥିଲା ପାପଡାହାଣ୍ଡି ପୋଲିସ । ଚମ୍ପଟ ମାରିଥିବା ଅଭିଯୁକ୍ତ ଅରୁଣ ତେନ୍ତୁଳିଖୁଣ୍ଟି ବ୍ଲକ୍ ପଠାନଗୁଡା ଗାଁର ବୋଲି ଜଣାପଡିଛି । ପୋଲିସ ତାକୁ ଧରିବାକୁ ଆଖପାଖ ଅଞ୍ଚଳରେ ଛାନଭିନ୍ ଚଳାଇଛି । ମାତ୍ର ତାର କୌଣସି ଖୋଜଖବର ମିଳିନାହିଁ କି ପୋଲିସ ହାତରେ ସେ ମଧ୍ୟ ଧରାପଡିନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.