କୋଭିଡ୍ କେୟାର ସେଣ୍ଟରର ଝରକା ଭାଙ୍ଗି ଅଭିଯୁକ୍ତ ଫେରାର

Published By : Prameya-News7 Bureau | July 29, 2021 IST

କୋଣାର୍କ ୨୯।୭: ଗତ ୨୨ ତାରିଖ ଦିନ ବିଳମ୍ବିତ ରାତିରେ ନିମାପଡା ଥାନା ଚାରିଛକ ଫାଣ୍ଡି ଅନ୍ତର୍ଗତ ତୁଳସୀପୁର, ଗଣେଶ ବଜାରର ଏକ ତେଜରାତି ଦୋକାନରୁ ତାଲାକାଟି ଚୋରି ଉଦ୍ୟମ କରୁଥିବା ସ୍ଥାନୀୟ ଆଟିକଫୁଟି ଗ୍ରାମର ମାନସ ମହାପାତ୍ରକୁ ଲୋକେ କାବୁ କରି ପୋଲିସର ଜିମା ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ ପାଇଁ ମେଡିକାଲ ଟେଷ୍ଟ କରାଇବାରୁ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲା । ଯେଉଁଥି ପାଇଁ ତାକୁ କୋଣାର୍କ କୋଭିଡ୍ କେୟାର ସେଣ୍ଟରରେ ଆଣି ରଖାଯାଇଥିଲା। ମାତ୍ର କଡା ସୁରକ୍ଷା ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ପୋଲିସ ଓ ସୁରକ୍ଷା କର୍ମୀଙ୍କ ଉପସ୍ଥିତରେ ବିଳମ୍ବିତ ରାତିରେ ଉକ୍ତ ଆସାମୀ ମେଡିକାଲର କାଚ ଝରକା ଭାଙ୍ଗି ଫେରାର ହୋଇଯାଇଛି। ଏପର୍ଯ୍ୟନ୍ତ ନିମାପଡା SDPO ଏ ସମ୍ପର୍କରେ ଅବଗତ ନଥିବା ସହ ଉକ୍ତ ଅଭିଯୁକ୍ତକୁ ମଧ୍ୟ ଧରାଯାଇ ପାରିନାହିଁ। ଯାହା ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଓ କୋଭିଡ୍ କେୟାର ସେଣ୍ଟରର ଅସଲ ମୁଖା ଖୋଲିଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.