ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା: ଜଣେ ଅଭିଯୁକ୍ତଙ୍କ ମା କହିଲେ ‘ଯେମିତି କରିଛି, ତାକୁ ସେମିତି ଜିଅନ୍ତା ଜାଳିଦିଅ’, ପଢନ୍ତୁ ଅନ୍ୟ ଅଭିଯୁକ୍ତଙ୍କ ପରିବାର ଓ ଗାଁ ଲୋକଙ୍କ ମନକଥା

Published By : Prameya-News7 Bureau | December 01, 2019 IST

ହାଇଦ୍ରାବାଦ ୧।୧୨: ମହିଳା ପ୍ରାଣୀଧନ ଚିକିତ୍ସକଙ୍କୁ ଦୁଷ୍କର୍ମ ଓ ପରେ ପୋଡି ହତ୍ୟା କରିବା ଘଟଣାରେ  ଅଭିଯୁକ୍ତଙ୍କ ପରିବାର ଲୋକେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ଅଭିଯୁକ୍ତଙ୍କୁ ଯଦି ମୃତ୍ୟୁଦଣ୍ଡାଦେଶ ବି କରାଯାଏ ଏଥିରେ ସେମାନେ ତିଳେ ମାତ୍ର ବ୍ୟଥିତ ହେବେ ନାହିଁ ବୋଲି କହିଛନ୍ତି। ଏପରିକି ଜଣେ ଅଭିଯୁକ୍ତଙ୍କ ମା  ପୀଡିତାଙ୍କ ପରି ସେମାନଙ୍କୁ ମଧ୍ୟ ଜୀବନ୍ତ ଜଳାଇ ଦେବାକୁ କହିବା ଘଟଣା ଜନମାନସକୁ କିପରି ବ୍ୟଥିତ କରିଛି ତାହା ସହଜରେ ଅନୁମାନ କରାଯାଇପାରେ।

{"id":192499,"sizeSlug":"large"}

ଫାଶୀ ଦିଅ ନଚେତ ଜୀବନ୍ତ ଜଳାଇ ଦିଅ
ହାଇଦ୍ରାବାଦର ଏହି ଘଟଣା ପୁରା ଦେଶକୁ ହଲାଇ ଦେଇଛି। ସଡକରୁ ସୋସାଲ ମିଡିଆ ପର୍ଯ୍ୟନ୍ତ ସବୁଠାରେ ଘଟଣାର ଚର୍ଚ୍ଚା ହେଉଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଠିନରୁକଠିନ ଦଣ୍ଡ ଲାଗି ଲୋକେ ଦାବି କରୁଛନ୍ତି। ମାମଲାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ସି.କେଶବଲୁ ଅନ୍ୟତମ। ନାରାୟଣପେଟ ଜିଲ୍ଲାର ମକଠଲ ମଣ୍ଡଳ ଗୁଡିଗଣ୍ଡଲା ଗାଁର କେଶବଲୁଙ୍କ ମା ଶ୍ୟାମଳା ଅଭିଯୁକ୍ତଙ୍କୁ ଫାଶୀ ଦେଇଦିଆଯାଉ ଅଥବା ସେମାନେ ଯେପରି ଡାକ୍ତରଙ୍କୁ ପ୍ରତି କୁକୃତ୍ୟ କରିଛନ୍ତି  ଠିକ୍ ସେହିପରି ସେମାନଙ୍କୁ ମଧ୍ୟ ଜୀବନ୍ତ ଜଳାଇ ଦିଆଯାଉ ବୋଲି କହିଛନ୍ତି।

{"align":"center","id":192505,"sizeSlug":"large"}

ଡାକ୍ତରଙ୍କ ପରିବାରର ଯନ୍ତ୍ରଣା ମୁଁ ବୁଝିପାରୁଛି ବୋଲି ଶ୍ୟାମଳା କହିଥିବା ବେଳେ ମୋର ବି ଝିଅଟିଏ ଅଛି ବୋଲି କହିଛନ୍ତି। ଯେଉଁ ପରିବାରରେ ଝିଅଟିଏ ଅଛି ସେ ପରିବାର କିଭଳି ଯନ୍ତ୍ରଣା ଦେଇ ଗତିକରେ ତାହା ମୁଁ ଭଲଭାବେ ଜାଣେ। ଏହା ଜାଣି ଯଦି ମୋ ପୁଅ  ଏଭଳି ଜଘନ୍ୟ ଅପରାଧ କରିଛି ତେବେ ମୁଁ ତା ପକ୍ଷ ନେଲେ ଲୋକେ ଆମକୁ ଘୃଣା କରିବେ ବୋଲି ଶ୍ୟାମଳା କହିଛନ୍ତି।

{"align":"center","id":192507,"sizeSlug":"large"}

୫ମାସ ପୂର୍ବରୁ ବିବାହ କରିଥିଲା ଅଭିଯୁକ୍ତ
ଶ୍ୟାମଳା କହିଛନ୍ତି ଯେ ଗୁରୁବାର ସକାଳେ ପୋଲିସ ଯେତେବେଳେ ଘରକୁ ଆସିଲା ତାଙ୍କ ସ୍ୱାମୀ ହତାସ ହୋଇପଡିଥିଲେ। ମାତ୍ର ୫ ମାସ ପୂର୍ବେ କେଶବଲୁର ବିବାହ ହୋଇଥିଲା। ସେ ପସନ୍ଦ କରିଥିବା ଝିଅ ସହ ତାକୁ ବିବାହ କରାଯାଇଥିଲା। ସେ କିଡନୀ ରୋଗୀ ହୋଇଥିବାରୁ  ତା ଉପରେ ଘରର ଚାପ ମଧ୍ୟ ନଥିଲା। ପ୍ରତି ୬ ମାସରେ ଆମେ ତାକୁ ନେଇ ହାଇଦ୍ରାବାଦର ନିମ୍ସ ହସ୍ପିଟାଲକୁ ଯାଉଥିଲୁ ବୋଲି ଶ୍ୟାମଳା କାନ୍ଦିକାନ୍ଦି କହିଛନ୍ତି।

{"id":192506,"sizeSlug":"large"}

ଦୁଷର୍ମ ଓ ହତ୍ୟା ପରେ ଘରକୁ ଆସିଥିଲା ଅଭିଯୁକ୍ତ
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପୋଡି ହତ୍ୟା କରିବା ଘଟଣାର ଅନ୍ୟ  ୨ ଅଭିଯୁକ୍ତ ଜୋଲୁ ଶିବା ଓ ଜୋଲୁ ନବୀନ ମଧ୍ୟ ଗୁଡିଗଣ୍ଡଲା ଗାଁର । ତେବେ ମହମ୍ମଦ ଆରିଫ ପାଖ ଗାଁ ଜକଲୈର ର ବାସିନ୍ଦା।  ଆରିଫର ମା ମୁଲେବି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ଘଟଣା ପରେ ଆରିଫ ଘରକୁ ଆସିଥିଲା ବୋଲି ମୁଲୈବି କହିଛନ୍ତି। ସେ ଘରକୁ ଆସି ତା ଗାଡିରେ ଧକ୍କା ଲାଗି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା କହିଥିଲା। ତେବେ ଘଟଣା ସମ୍ପର୍କରେ ତା ପିତା ହୁସୈନ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ହେଲେ ଘଟଣା ଜାଣିବା ପରେ ସେ ଯାହା କରିଛି ତାକୁ ତାର ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି।

{"id":192509,"width":575,"height":322,"sizeSlug":"large"}

ଲଜ୍ଜିତ ହେଲା ଗାଁ
ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗୁଡିଗଣ୍ଡଲା ଗାଁର ୩ ଜଣ ଅଭିଯୁକ୍ତ ଥିବା ବେଳେ ପାଖ ଗାଁ ଜକଲୈରର ଜଣେ ଅଭିଯୁକ୍ତ ଅଛନ୍ତି। ଘଟଣା ପ୍ରଚାରିତ ହେବା ପରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଗାଁକୁ ଆଶି ବିରୋଧ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗାଁ ଦାଣ୍ଡରେ ଛାତ୍ରଛାତ୍ରୀ ନାନା ସ୍ଲୋଗାନ ଦେଇ ଶୋଭାଯାତ୍ରା କରୁଛନ୍ତି। ଘଟଣାରେ ୨ ଗାଁର ନାଁ ପଡିଥିଲା ବେଳେ ଲୋକେ ଏବେ ନିଜକୁ ଅଭିଯୁକ୍ତ ଭଳି ମନେ କରୁଛନ୍ତି। ଲାଜରେ ଘରୁ ପଦାକୁ ବାହାରିବାକୁବି ଏବେ ଲୋକେ ସଙ୍କୋଚ କରୁଥିବା କହୁଛନ୍ତି। ଘଟଣା ସେମାନଙ୍କ ଗାଁକୁ ନିନ୍ଦିତ କରିଥିବା ଲୋକେ କହୁଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ସ୍ପଷ୍ଟ ବାରିହୋଇପଡୁଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.