ଓଡ଼ିଶାରେ ବଢୁଛି ‘ଜିଓ’ ଗ୍ରାହକଙ୍କ ସଂଖ୍ୟା, କେବଳ ଜୁଲାଇରେ ସଂଯୁକ୍ତ ହୋଇଛନ୍ତି ୩.୫୩ ଲକ୍ଷ ଗ୍ରାହକ

Published By : Prameya-News7 Bureau | September 20, 2019 IST

ଭୁବନେଶ୍ୱର ୨୦।୯: ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ । ଏହି ସୂଚନା ଦେଇଛନ୍ତି ଭାରତୀୟ ଦୂର ସଂଞ୍ଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) । ଜୁଲାଇ ମାସରେ ରାଜ୍ୟର ସର୍ବାଧିକ ସଂଖ୍ୟକ ମୋବାଇଲ ଗ୍ରାହକ ଜିଓ ସହ ସଂଯୁକ୍ତ ହୋଇଥିବା ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି । ଏହି ସମୟରେ ରିଲାଏନ୍ସ ଜିଓ ୩.୫୩ ଲକ୍ଷ ନୂଆ ଗ୍ରାହକ  କରିଛି।  ଫଳରେ କମ୍ପାନୀର ଓଡ଼ିଶାରେ ମୋଟ ଗ୍ରାହକ ସଂଖ୍ୟା ୧.୦୫ କୋଟିରେ ପହଞ୍ଚିଛି ।

{"id":160343,"width":559,"height":411}

ତେବେ ସରକାରୀ ଟେଲିକମ କମ୍ପାନୀ ବିଏସ୍ଏନ୍ଏଲ୍ ଏହି ସମୟ ମଧ୍ୟରେ  ୭୫୦୪ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ୍ ଓ ଏୟାରଟେଲ୍ ୯୦ ହଜାରରୁ ଅଧିକ ଲେଖାଏଁ ଗ୍ରାହକ ହରାଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ଜୁଲାଇରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧.୭୯ ଲକ୍ଷ ବୃଦ୍ଧି ହୋଇ ୩.୨୯ କୋଟିରେ ପହଞ୍ଚିଛି ।

{"id":160344,"width":581,"height":387}

ଜିଓ ବ୍ୟବସାୟୀକ ଟୋଲିକମ ସେବା ପ୍ରଦାନକାରୀ କମ୍ପାନୀ ହେବା ପରଠାରୁ ମାତ୍ର ୩ ବର୍ଷରୁ କମ ସମୟରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି ହୋଇଚାଲିଛି।  ୨୦୧୯ ଜୁନ ସୁଦ୍ଧା କମ୍ପାନୀ ୧ କୋଟି ଗ୍ରାହକ ସଂଗ୍ରହ କରିବାରେ ନୂଆ ରେକର୍ଡ ସ୍ଥାପନା କରିଥିଲା।   ରିଲାଏନସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଞ୍ଚ ଅଞ୍ଚଳରେ ନେଟୱର୍କ ବିସ୍ତାର କରି  ଓଡିଶାର ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ଗ୍ରାହକଙ୍କ ବିଶ୍ୱାସ ହାସଲ କରିପାରିଛି।   

ଜାତୀୟ ସ୍ତରରେ ମଧ୍ୟ ଜୁଲାଇ ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକଙ୍କୁ ନେଟୱାର୍କରେ ସଂଯୋଗ କରି ଜିଓ ଏହି ତାଲିକାର ଶୀର୍ଷରେ ପହଞ୍ଚିଥିବା ବେଳେ ବିଏସ୍ଏନ୍ଏଲ୍ ଏକମାତ୍ର ଅପରେଟର ଯିଏ ଅଳ୍ପ ସଂଖ୍ୟକ ଗ୍ରାହକଙ୍କୁ ଯୋଡିବାରେ ସକ୍ଷମ ହୋଇଛି।  ଅନ୍ୟ ସବୁ ଟେଲିକମ ଅପରେଟରଙ୍କ ଗ୍ରାହକ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଟ୍ରାଇର ୨୦୧୯ ଜୁଲାଇ ଗ୍ରାହକ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ରିଲାଏନସ ଜିଓ ୮୫.୩୯ ଲକ୍ଷ ଗ୍ରାହକ ଯୋଡ଼ିଥିବା ବେଳେ ଏହି ମାସରେ ୨.୮୮ ଲକ୍ଷ ଗ୍ରାହକ ଯୋଗ କରି ବିଏସଏନଏଲ ଦୂର ଦ୍ୱିତୀୟ ସ୍ଥାନରେ ରହିଛି । ଭୋଡାଫୋନ ଆଇଡିଆ ଏହି ମାସରେ ୩୩.୯ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଭାରତୀ ଏୟାରଟେଲ ୨୦୧୯ ଜୁଲାଇରେ ୨୫.୮ ଲକ୍ଷ ଗ୍ରାହକ ହରାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.