Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ, ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

21/08/2020 at 2:41 PM

ଫୁଲବାଣୀ ୨୧।୮: ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ।

ସୂଚନା ଅନୁଯାୟୀ ଟିକାବାଲିର ପ୍ରମୋଦ କୁମାର ପାଣିଗ୍ରାହୀ ଫୁଲବାଣୀ ସ୍ଥିତ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟରେ ସହକାରୀ ମତ୍ସ୍ୟ ଅଧିକାରୀ ଭାବେ ୨୦୧୪ରେ ଅବସର ଗ୍ରହଣ କରିଥିଲେ । ପ୍ରମୋଦ କୁମାର ପାଣିଗ୍ରାହୀଙ୍କର ୨ ଲକ୍ଷ ୧୮ ହଜାର ୭୯୫ ଟଙ୍କା ଏରିଏର ବିଲ୍ ପାଇବାର ଥିଲା । ଏହାକୁ ପାସ୍ କରିବା ପାଇଁ ଜିଲ୍ଲା ଟ୍ରେଜେରୀର ଆକାଉଣ୍ଟାଣ୍ଟ ଅରୁପ କୁମାର ମିଶ୍ର ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାକୁ ନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ଭିଜିଲାନ୍ସ ଏସପି ଚଢାଉ କରିବାକୁ ନିର୍ଦ୍ଦେଶ ଦେବାପରେ ଯୋଜନା ମୁତାବକ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଆକାଉଣ୍ଟାଣ୍ଟ ପ୍ରମୋଦଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିବା  ସହ ଗିରଫ କରି ଲାଞ୍ଚ ଟଙ୍କା ଜବତ କରିଥିଲେ । ପରେ ଆକାଉଣ୍ଟାଣ୍ଟଙ୍କ ପିଅନପଡା ଘରେ ସର୍ଚ୍ଚ କରାଯାଇଛି । ଏହି ଚଢାଉରେ ଡିଏସପି ଏକେ ନାୟକ, ଇନ୍ସପେକ୍ଟର ଶରତ ଚନ୍ଦ୍ର ସାହୁ, ପୁଲସ୍ତି ଛତ୍ରିଆ ପ୍ରମୁଖ ସାମିଲ ଥିଲେ ।

   Related Posts