ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆକାଉଣ୍ଟ ଅଫିସର ସ୍ତ୍ରୀ ଓ ତହସିଲଦାର ସ୍ବାମୀ ଗିରଫ
30/08/2018 at 6:56 AM

ଭୁବନେଶ୍ବର୩୦|୮: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପେପା ମୁଖ୍ୟ ଆକାଉଣ୍ଟ ଅଫିସର ନଳିନୀ କୁମାରୀ ପୃଷ୍ଟି ଗିରଫ । ସମାନ ଅଭିଯୋଗରେ ତାଙ୍କ ସ୍ବାମୀ ତଥା ଛତ୍ରପୁର ତହସିଲଦାର ବିଜୟ କେତନ ସାହୁଙ୍କୁ ମଧ୍ୟ ଆଜି ଗିରଫ କରିଛି ଭିଜିଲାନ୍ସ । ପାଖାପାଖି ସେମାନଙ୍କ ନାମରେ ୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଆଜି ଉଭୟଙ୍କୁ ମାରାଥନ ଜେରା କରାଯାଇଛି । ତା ସହ ଆଉ କେଉଁ ଠାରେ ସେମାନଙ୍କ ସମ୍ପତ୍ତି ରହିଛି ତାର ତଦନ୍ତ ଜାରି ରଖିଛି ।
ଭଆଜି ଭିଜିଲାନ୍ସ ପକ୍ଷରୁ ଉଭୟଙ୍କୁ ଗିରଫ କରି ମାରାଥନ ଜେରା କରାଯାଉଛି । ବୁଧବାର ସକାଳେ ନଳିନୀଙ୍କ ଚନ୍ଦ୍ରଶେଖରପୁର ବାସଭବନ ସମେତ ୭ ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ନଳୀନୀଙ୍କ ୟୁନିଟ ୫ ସ୍ଥିତ ଅଫିସ, ଚନ୍ଦ୍ରଶେଖରପୁର ପ୍ଲଟ ନମ୍ବର ୨୫/୬୨୦୨ ସ୍ଥିତ ଘର, ମଧୁସୁଧନ ନଗର ଉତ୍କଳ ଭିଲା ସ୍ଥିତ ଫ୍ଲାଟ ନମ୍ବର ବି – ୪୦୧, ମଧୁସୂଦନ ନଗର ଉତ୍କଳ ଭିଲା ସ୍ଥିତ ଟୁ ବିଏଚକେ ଫ୍ଲାଟ ବି – ୫୦୧(ପି), ପୁରୀ କୁମ୍ଭାରପଡାରେ ଥିବା ପ୍ଲଟ ନମ୍ବର ୮୧୮ ଉପରେ ଚଢାଉ କରିଛି ଭିଜିଲାନ୍ସ । କେନ୍ଦ୍ରପଡାରେ ଏହି ଦମ୍ପତିଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ସେହିପରି ନଳିନୀଙ୍କ ସ୍ବାମୀ ବିଜୟଙ୍କ ଛତ୍ରପୁର ଘର ଏବଂ ଅଫିସରେ ଏକ ସଙ୍ଗରେ ଚଢାଉ କରି ବହୁ କାଗଜ ପତ୍ର ଜବତ କରିଛି । ଭିଜିଲାନ୍ସ ବିଭାଗର ୯ ଟି ଟିମ ଏହି ଚାଡାଉରେ ସାମିଲ ଥିଲା। ଦୁଷ୍ମନ୍ତ ପିଟିସି
ଉଭୟ ଘରୁ ଏକ କେଜିରୁ ଉର୍ଦ୍ଧ୍ବ ଓଜନର ସୁନା ଜବତ ହୋଇଛି । ଉଭୟଙ୍କ ବିରୋଧରେ ଅଭିଯୋଗ ରହିଛି ସରକାରୀ ଅର୍ଥକୁ ଆତ୍ମସାତ କରି ଏମାନେ ରାଜକୀୟ ଜୀବନ ଜିଉଁଥିଲେ। ଆଲିସାନ ବଙ୍ଗଳା ବନାଇଥିଲେ। ଘରର ଇଣ୍ଟେରିୟର ଡିଜାଇନରେ ୧ କୋଟି ୩୪ ଲକ୍ଷ ଖର୍ଚ ହୋଇଥିବା ଜଣାପଡିଛି । ସେହିପରି ନିଜର ନାଁରେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠୁଳ କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ରପଡା ଛତ୍ରପୁରରେ ସମ୍ପର୍କୀୟଙ୍କ ନାରେ ୧୧ ଟି ପ୍ଲଟ ଅଛି । ପଟିଆ ବାରଙ୍ଗ ଅଞ୍ଚଳରେ ୧୫ ଟି ପ୍ଲଟ ରହିଛି। ଉତ୍କଳ ହାଇଟେକରେ ସମର୍କୀୟଙ୍କ ନାରେ ଫ୍ଲାଟ, ଶଶୁର ଘର ଲୋକଙ୍କ ନାରେ ୪ କୋଟିର ସମ୍ପତ୍ତି ଥିବା ଜଣାପଡିଛି । ସେହିପରି ନଳିନୀଙ୍କ ପତୁରାଙ୍କ ନାରେ ଅଡି କାର ସହିତ ଘର ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ସେସବୁ ଅସତ ଉପାୟରେ ଉପାର୍ଜନ କରାଯାଇଥିବା ଭିଜିଲାନ୍ସ ଅଭିଯୋଗ ହୋଇଛି। ଏଣୁ ଅର୍ଥ ଉପାର୍ଜନରେ କୌଣସି ଅସତ ଉପାୟ ନଥିବା କହିଛନ୍ତି ନିଜେ ନଳିନୀ। ଭିଜିଲାନ୍ସ ଅଧିକ ଖୋଳତାଡ଼ ଜାରି ରଖିଛି। ଏବଂ କୋର୍ଟରେ ଉଭୟ ପ୍ରମାଣ କରିବେ କିଏ ସତ କିଏ ଅସତ।