ଘରର ମୁଖ୍ୟ ଦ୍ବାରରେ କରନ୍ତୁ ଏହି କାମ : କେବେ ହେବ ନାହିଁ ଟଙ୍କାପଇସାର ଅଭାବ

Published By : Prameya-News7 Bureau | July 13, 2019 IST

ଅନେକ ଥର ଘରର ବାସ୍ତୁ ଖରାପ ହେବା କାରଣରୁ ଜୀବନରେ ଅନେକ ପ୍ରକାରର ସମସ୍ୟା ଉପୁଜିଥାଏ ଏବଂ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଧ୍ୟ ଠିକ୍ ରହିନଥାଏ। ଏହାର ଅର୍ଥ ଆପଣଙ୍କ ଘରେ କେଉଁଠି ନା କେଉଁଠି ବାସ୍ତୁ ଦୋଷ ରହିଛି। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବା ଯାହା ଦ୍ବାରା ଆପଣଙ୍କୁ ସବୁ ପ୍ରକାର ସମସ୍ୟାର ସମାଧାନ ହୋଇଯିବ।

ଘରର ସବୁ ଜିନିଷ ଗୁରୁତ୍ବପୂର୍ଣ୍ଣ ହୋଇଥାଏ କିନ୍ତୁ ସବୁଠୁ ଅଧିକ ଘରର ମୁଖ୍ୟ ଦ୍ବାର ହୋଇଥାଏ କାରଣ ଏଠାରୁ ସକରାତ୍ମକ ଏବଂ ନକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ବାରକୁ ସବୁବେଳେ ସଫା ସୁତୁରା ରଖନ୍ତୁ ଏବଂ ସନ୍ଧ୍ୟାବେଳେ କେବେ ଅନ୍ଧାର କରନ୍ତୁ ନାହିଁ। ଘରର ମୁଖ୍ୟ ଦ୍ବାର ସମ୍ମୁଖରେ କେବେ ବି ଜୋତା ଚପଲ ରଖନ୍ତୁ ନାହିଁ କାରଣ ଏହା ଦ୍ବାରା ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ।

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ବାରରେ କେବେ ବି ଗଛ କିମ୍ବା ଖୁଣ୍ଟର ଛାଇ ପଡ଼ିବାକୁ ଦେବା ଅନୁଚିତ୍।

ଘରର ମୁଖ୍ୟ ଦ୍ବାର କେବେ ବି ଘର ମଝିରେ ହେବା ଅନୁଚିତ୍ କାରଣ ବାସ୍ତୁରେ ଏହାକୁ ଅଶୁଭ କୁହାଯାଇଛି।

ଘରର ଦ୍ବାର ସବୁବେଳେ ଭିତର ପଟୁ ଖୋଲିବା ଉଚିତ୍। ଏହା ଖୋଲିବା ମାତ୍ରେ କୈାଣସି ପ୍ରକାରର ସିଡ଼ି ନ ରହିବା ଉଚିତ୍ । ଏହା ଦ୍ବାରା ଘରେ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।

ଘରେ ସକରାତ୍ମକ ଶକ୍ତିକୁ ଆକର୍ଷିତ କରିବା ପାଇଁ ଘରର ମୁଖ୍ୟ ଦ୍ବାରରେ ସ୍ବସ୍ତିକ ଚିହ୍ନ କରନ୍ତୁ ଏବଂ କାନ୍ଥରେ ପାଦୁକା ଦର୍ପଣ ସ୍ଥାପିତ କରନ୍ତୁ।

ଘରେ ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଓ୍ବିଣ୍ଡ ଚାଇମ୍ ନିଶ୍ଚୟ ଲଗାନ୍ତୁ।

ଘରର ଦ୍ବାରରେ ଲାଲ ଫିତା ବାନ୍ଧନ୍ତୁ ଯାହା ଦ୍ବାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.