ଘରେ କେବଳ ଲଗାଇଦିଅନ୍ତୁ ଏହି ଫଟୋ, ବଦଳିଯିବ ଆପଣଙ୍କ ଭାଗ୍ୟ
6/08/2019 at 3:32 PM

ନିଜ ଘରକୁ ସୁନ୍ଦର ରଖିବା ପାଇଁ ଅଧିକାଂଶ ଲୋକେ କିଛି ନା କିଛି ସାଜ ସଜା କରୁଥାନ୍ତି। ଘର ସଜାଇବା ପାଇଁ କିଏ ପେଣ୍ଟିଂ ତ କିଏ ଡିଜାଇନ ଗଛ ଲଗାଇଥାଏ। କିନ୍ତୁ ଏହି ସବୁ ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ ଜୀବନ ଉପରେ ଭଲ ପ୍ରଭାବ ପକାଏ କି ନାହିଁ ତାହା ଅନେକ ଲୋକ ଜାଣିନଥାନ୍ତି। ତେବେ ଘରେ କୌଣସି ଫଟୋ ଲଗାଇଲେ ତାହା ବାସ୍ତୁଶାସ୍ତ୍ର ହିସାବରେ ଲଗାଇବା ଜରୁରୀ। କାରଣ ଏହା ଦ୍ବାରା ଘରକୁ ସକରାତ୍ମକ ଉର୍ଜାର ଆଗମନ ହୋଇଥାଏ। ଫଳରେ ଘରେ ସୁଖ ସମୃଦ୍ଧିର ପରିବେଶ ରହେ।ତେବେ ଘରେ କେଉଁ ଫଟୋ ଲଗାଇବା ଶୁଭ ଜାଣନ୍ତୁ।

ବାସ୍ତୁଶାସ୍ତ୍ର ଅନୁସାରେ ଦେବୀ ଦେବତାଙ୍କ ଫଟୋ ଘରେ ଲଗାଇଲେ ପରିବାର ଲୋକେ କୌଣସି ଅସୁବିଧାର ସାମ୍ନା କରିବେ ନାହିଁ। ଘରେ ସବୁବେଳେ ସୁଖ ଶାନ୍ତିର ପରିବେଶ ରହିବ। ଏହା ବ୍ୟତୀତ ଘରେ ପରିବାର ସଦସ୍ୟଙ୍କ ଫଟୋ ଲଗାଇଲେ କୌଣସି ଅସୁବିଧା ହେବ ନାହିଁ। ଏହା ଅଶୁଭ ହୋଇନଥାଏ। ବରଂ ଏହା ଦ୍ବାରା ଘରୁ ନକରାତ୍ମକ ଉର୍ଜା ଦୂର ହୋଇଥାଏ।

ସମୂଦ୍ର ବେଳାରେ ଦୌଡୁଥିବା ୭ଟି ଘୋଡା ଥିବା ଫଟୋ ଘରେ ଲଗାଇବା ଶୁଭ। ଏହା ଦ୍ବାରା ଘରେ କୌଣସି ନକରାତ୍ମକ ଉର୍ଜା ପ୍ରବେଶ କରେ ନାହିଁ। ଘର ଡ୍ରଇଂ ରୁମରେ ଉଡୁଥିବା ହଂସର ଫଟୋ ଲଗାଇଲେ ପରିବାର ଉପରେ ସବର୍ଦା ସକରାତ୍ମକ ପ୍ରଭାବ ରହେ। ଏହା ଦ୍ବାରା ଘରର ଆର୍ଥିକ ଅବସ୍ଥାରେ ସୁଧାର ଆସିଥାଏ । ଘରେ ସିଂହ, ମାଙ୍କଡ, ସାପ, ଭାଲୁ, କୁମ୍ଭୀର, ପେଚାଙ୍କ ଫଟୋ ଲଗାଇବା ଅନୁଚିତ୍। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଫଟୋ ଲଗାଇଲେ ପରିବାର ଲୋକଙ୍କ ଠାରେ ହିଂସା ଭାବ ବଢିଥାଏ।