ବାସ୍ତୁ ଶାସ୍ତ୍ରନୁଯାୟୀ ରୋଷେଇ ଘରୁ ଏହି ଜିନିଷକୁ ଶେଷ ହେବାକୁ ଦିଅନ୍ତୁ ନାହିଁ! ପଡିପାରନ୍ତି ସଂକଟରେ

Published By : Prameya-News7 Bureau | August 13, 2019 IST

ମନୁଷ୍ୟ ଜୀବନରେ ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ବିଦ୍ୟାର  ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଦୈନନ୍ଦିନ ଜୀବନ​‌ରେ ମନୁଷ୍ୟ ବାସ୍ତୁଶାସ୍ତ୍ର ଆଧାରରେ କିଛି କାର୍ଯ୍ୟ କରିଥାଏ। ବିଶେଷକରି ଘର ନିର୍ମାଣ ସମୟରେ ରୋଷେଇ ଘରର ବାସ୍ତୁ ଦୋଷ ଠିକ୍ କରାଯାଇଥାଏ। ଖାଦ୍ୟ ପ୍ରସ୍ତୁତି  ପାଇଁ ରୋଷେଇ ଘରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ରହିଥାଏ। ତେଣୁ ବାସ୍ତୁଶାସ୍ତ୍ରନୁଯାୟୀ ରୋଷେଇ ଘରକୁ ସଫା, ସୁତୁରା ରଖିବା ଆବଶ୍ୟକ। ଏହା ଦ୍ବାରା ରୋଷେଇ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ମାଆ ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ରହିଥାଏ।

ତେବେ ଖାଦ୍ୟ ସାମଗ୍ରୀ ମଧ୍ୟରୁ ଚାଉଳ ରୋଷେଇ ଘରୁ ଶେଷ ହେବାକୁ ଦିଅନ୍ତୁ ନାହିଁ। ଯଦି ଚାଉଳ ଶେଷହେଇ ଆସୁଛି ତେବେ ସେଥିରେ ଆଉ ଚାଉଳ ନେଇ ରଖନ୍ତୁ। ଚାଉଳ ରୋଷେଇ ଘରୁ ଶେଷ ହେବା ଅର୍ଥ ବାସ୍ତୁଶାସ୍ତ୍ରନୁଯାୟୀ, ରୋଷେଇ ଘରୁ ଶୁକ୍ର ଗ୍ରହଙ୍କ ପ୍ରଭାବ ଶେଷ ହୋଇଯାଇଥାଏ। ତେଣୁ ରୋଷେଇ ଘର ପ୍ରତି ଶୁକ୍ର ଗ୍ରହର ପ୍ରଭାବ ବଜାଇ ରଖିବା ପାଇଁ ଡବାରୁ ଚାଉଳ ଶେଷ ହେବାକୁ ଦିଅନ୍ତୁ ନାହିଁ।

ସେହିପରି ରୋଷେଇ ସାମଗ୍ରୀ ମଧ୍ୟରୁ ରୋଷେଇ ଘରୁ ଲୁଣକୁ ଶେଷ ହେବାକୁ ଦିଅନ୍ତୁ ନାହିଁ। ଏହାଦ୍ବାରା ବିଭିନ୍ନ ପ୍ରକାର ସଂକଟ ପରିବାର ଉପରକୁ ମାଡି ଆସିଥାଏ। ଯଦି ନିଜ ପଡ଼ୋଶୀଙ୍କ ପାଖରୁ ଧାର ସ୍ବରୂପ ଲୁଣ ଆଣନ୍ତି କିମ୍ବା ଦିଅନ୍ତି ତେବେ ଆପଣ ପରିବାର ସଦସ୍ୟଙ୍କୁ ନେଇ ଖରାପ ଖବର ଶୁଣିବେ। ତେଣୁ ଲୁଣକୁ ମଧ୍ୟ ରୋଷେଇ ଘରୁ ଶେଷ ହେବାକୁ ଦିଅନ୍ତୁ ନାହିଁ।

ରୋଷେଇ ଘରୁ ଅଟା ଶେଷ ହେବାକୁ ଦିଅନ୍ତୁ ନାହିଁ।ଏହା ଦ୍ବାରା ଆପଣଙ୍କ  ସମ୍ମାନ ନଷ୍ଟ ହୋଇଥାଏ। ଅଫିସ କିମ୍ବା ଅନ୍ୟ ସ୍ଥାନମାନଙ୍କରେ ଆପଣଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ସେହିପରି ଗହମ ରୋଷେଇ ଘରୁ ଶେଷ ହେବା ଦ୍ବାରା ଆପଣଙ୍କ ମାନସିକ ଉପରେ ପ୍ରଭାବ ପଡ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.