ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ମୂର୍ତ୍ତିୀ, ଆର୍ଥିକ ପରିସ୍ଥିତି ସର୍ବଦା ରହିବ ଭଲ

Published By : Prameya-News7 Bureau | September 27, 2019 IST

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କିଛି ଜିନିଷ ରହିଲେ ତାହା ବହୁତ ଶୁଭ ବୋଲି କୁହାଯାଏ। ବାସ୍ତୁ ଅନୁସାରେ ଯଦି ଘରେ ବାସ୍ତୁଦୋଷ ଥାଏ ତାହେଲେ ଏହି ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ନା କରିବାକୁ ପଡେ। ପରିବାରରେ କଳହ ସୃଷ୍ଟି ହେବା, ଆର୍ଥିକ ସମସ୍ୟା, ବ୍ୟବସାୟରେ ସମସ୍ୟା ବା ଅନ୍ୟାନ୍ୟ ଅସୁବିଧା ସାମ୍ନା କରିବାକୁ ପଡେ। ଘରେ ଥିବା ଏହି ବାସ୍ତୁଦୋଷ କାରଣରୁ ଏଭଳି ପରିସ୍ଥିତି ହୋଇଥାଏ। ହେଲେ ପ୍ରତ୍ୟେକ ସମସ୍ୟାର ସମାଧାନ ରହିଥାଏ।

{"id":163354}

ବାସ୍ତୁ ଅନୁସାରେ ଘରେ ନେଉଳର ମୂର୍ତ୍ତୀ ରଖିଲେ ଅନେକ ସମସ୍ୟାର ସମାଧାନ ହୋଇଥାଏ। ଏହି ମୂର୍ତ୍ତୀ ରଖିବା ଶୁଭ ବୋଲି କୁହାଯାଏ। ଘରେ ନେଉଳ ମୂର୍ତ୍ତୀ ଥିଲେ କେବେ ବି ଆର୍ଥିକ ସ୍ଥିତିରେ ଅସୁବିଧା ହୁଏ ନାହିଁ। ଅତ୍ୟନ୍ତ ଧନ ଲାଭ ହେବା ସହ ଘରେ ଆନନ୍ଦମୟ ପରିବେଶ ରହେ।  ନେଉଳ ମୂର୍ତ୍ତୀ ରହିଲେ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ରହେ। ନେଉଳକୁ ଶ୍ରୀ ହରୀଙ୍କ ପ୍ରତୀକ ଭାବେ ପୂଜା କରାଯାଏ।

{"id":163355}

ଆର୍ଥିକ ସମସ୍ୟା ସାମ୍ନା କରୁଥିବା ଲୋକଙ୍କୁ ସବୁବେଳେ ନିଜ ଘରେ ନେଉଳର ମୂର୍ତ୍ତୀକୁ ସୁନା ମୁଦ୍ରା ଉପରେ ରଖିବା ଜରୁରୀ। ଏହା ଦ୍ବାରା ଧନ ବୃଦ୍ଧିର ଯୋଗ ମଝିରେ କୌଣସି ବାଧା ଆସିବ ନାହିଁ। ଏହି ଲୋକଙ୍କ ଭାଗ୍ୟ ସର୍ବଦା ଭଲ ରହେ।

{"id":163356}

କେବଳ ସେତିକି ନୁହେଁ ନେଉଳ ମୂର୍ତ୍ତୀ ଘରେ ରହିଲେ ପରିବାରରେ ସୁଖ-ଶାନ୍ତି ରହେ। ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଭାବନା ବଢିଥାଏ। ପରିବାରର ମଙ୍ଗଳ ପାଇଁ ମଧ୍ୟ ନେଉଳ ରଖିବା ଆବଶ୍ୟକ। କାରଣ ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇନଥାଏ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.