ଏହି ଦିଗରେ ପାଣି ମାଠିଆ ରଖନ୍ତୁ ନାହିଁ, ପରିବାରରେ କଳହ ସୃଷ୍ଟି ହେବା ସହ ଆର୍ଥିକ ଅବସ୍ଥା ମଧ୍ୟ ହେବ ଖରାପ

Published By : Prameya-News7 Bureau | April 17, 2019 IST

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଏ। ଏହି କାରଣରୁ ଲୋକେ ଘର ତିଆରି କରିବା ପୂର୍ବରୁ ବାସ୍ତୁଶାସ୍ତ୍ରୀଙ୍କ ସହ ପରାମର୍ଶ କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଘର ଏବଂ ଏହାର କକ୍ଷ ନିର୍ମାଣ ସାଂଗକୁ ଅନ୍ୟାନ୍ୟ ଜିନିଷ ତିଆରି କରାଯାଏ। ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡେ ନାହିଁ। ଘରେ ନକରାତ୍ମକ ଶକ୍ତି ଥିଲେ ସବୁବେଳେ ଅସୁବିଧାର ସାମ୍ନା କରିବାକୁ ପଡେ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ସ୍ଥାନ ଓ କକ୍ଷ ବିଷୟରେ ଲୋକେ ବିଶେଷ ଧ୍ୟାନ ଦିଅନ୍ତି।

{"id":104365,"width":590,"height":331}

କିନ୍ତୁ ଘର ଭିତରେ ଥିବା ଛୋଟ ଛୋଟ ଜିନିଷ ଉପରେ ଲୋକେ ଧ୍ୟାନ ଦିଅନ୍ତି ନାହିଁ । ଘରେ ଥିବା ପ୍ରତ୍ୟେକ ଜିନିଷର ଦିଗ ବାସ୍ତୁ ଅନୁସାରେ ରହିବା ଉଚିତ୍‌ । ତେବେ ଘରେ ଥିବା ପିଇବା ପାଣିର ସଠିକ୍‌ ଦିଗ ମଧ୍ୟ ରହିଛି ।। ସାଧାରଣତଃ ଘରର ସଦସ୍ୟ ଏକା ଯାଗାରୁ ପାଣି ପିଅନ୍ତି । ଅଲଗା ଅଲଗା ସ୍ଥାନରୁ ପାଣି ପିଅନ୍ତି ନାହିଁ । ତେଣୁ ପାଣି ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଯୋଡି ଥାଏ ବୋଲି କୁହାଯାଏ । ଏହି କାରଣରୁ ପାଣିକୁ ଠିକ୍‌ ଦିଗରେ ରଖିବା ଜରୁରୀ ହୋଇଥାଏ।

{"id":104367,"width":557,"height":557}

ବାସ୍ତୁଶାସ୍ତ୍ର ଅନୁସାରେ ଘରର ପିଇବା ପାଣି ପୂର୍ବ ଦିଗରେ ରଖିବା ଉଚିତ୍‌। କାରଣ ଦକ୍ଷିଣ ଦିଗରେ ଘରର ସବୁଠୁ ଅଧିକ ନକରାତ୍ମକ ଶକ୍ତି ଥାଏ। ପିଇବା ପାଣି ଏହି ଦିଗରେ ରଖିଲେ ପାଣିରେ ନକରାତ୍ମକ ଶକ୍ତିର ମିଶ୍ରଣ ହୋଇଥାଏ। ଫଳରେ ପାଣି ପିଇଲେ ନକରାତ୍ମକ ଶକ୍ତିର ପ୍ରଭାବ ଘରେ ପଡିଥାଏ। ଘରେ ଅଶାନ୍ତି ହେବା ସହ ଆର୍ଥିକ ଅବସ୍ଥା ମଧ୍ୟ ଖରାପ ହୋଇଥାଏ। ଏହି କାରଣରୁ ପୂର୍ବ ଓ ଉତ୍ତର ଦିଗରେ ପିଇବା ପାଣି ରଖିବା ଉଚିତ୍‌। ଫଳରେ ଘରେ ସୁଃଖ ଓ ଶାନ୍ତି ସମୃଦ୍ଧି ହୁଏ । ପଶ୍ଚିମ ଦିଗରେ ମଧ୍ୟ ପିଇବା ପାଣି ରଖିଲେ କିଛି କ୍ଷତି ହୋଇନଥାଏ। ବିଶେଷ କରି ଆଗ୍ନେୟ କୋଣରେ କେବେବି ପାଣି ରଖିବା ଅନୁଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.