ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବଇଁଶୀ ରଖିଲେ ହୋଇଥାଏ ଅନେକ ଲାଭ : ପୂରଣ ହୋଇଥାଏ ସମସ୍ତ ମନସ୍କାମନା

Published By : Prameya-News7 Bureau | August 31, 2019 IST

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁଶାସ୍ତ୍ରର ବିଶେଷ ମହତ୍ତ୍ବ ରହିଥାଏ। ବାସ୍ତୁଶାସ୍ତ୍ରରେ ବଇଁଶୀକୁ ଅତ୍ୟନ୍ତ ଶୁଭ ଏବଂ ଖାସ୍ ବୋଲି କୁହାଯାଇଥାଏ। ଭଗବାନ ବିଷ୍ଣୁଙ୍କ ଅବତାର କୁହାଯାଉଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବଇଁଶୀ ଅତ୍ୟନ୍ତ ପ୍ରିୟ ଥିଲା। ସେ ସବୁବେଳେ ବଇଁଶୀକୁ ନିଜ ପାଖରେ ରଖୁଥିଲେ। ଏଥିପାଇଁ ହିନ୍ଦୁ ଧର୍ମ ଶାସ୍ତ୍ରରେ ବଇଁଶୀକୁ ବିଶେଷ ସ୍ଥାନ ମିଳିଛି। ବାସ୍ତୁଶାସ୍ତ୍ର ଅନୁସାରେ ବଇଁଶୀକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

{"id":151364}

ବାସ୍ତୁ ଅନୁସାରେ ବଇଁଶୀକୁ ଘରେ ରଖିଲେ ଅନେକ ପ୍ରକାରର ନକରାତ୍ମକ ଶକ୍ତି ଘରଠୁ ଦୂରରେ ରହିଥାଏ। ଏହା ବ୍ୟତୀତ ବଇଁଶୀକୁ ଅନ୍ୟାନ୍ୟ କାରଣରୁ ମଧ୍ୟ ଘର ପାଇଁ ଶୁଭ ମନେ କରାଯାଇଥାଏ। ଆସନ୍ତୁ ଜାଣିବା ବଇଁଶୀ ବିଷୟରେ କିଛି ଖାସ୍ କଥା

{"id":151365}

ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ବଇଁଶୀର ମଧୁର ଧ୍ବନିରେ ମୋହିତ କରୁଥିଲେ। ରାଧାଙ୍କ ସହ ତାଙ୍କର ପ୍ରେମ ମଧ୍ୟ ବଇଁଶୀ ଜରିଆରେ ହୋଇଥିଲା। ଯଦି ଆପଣଙ୍କ ଘରେ ଅଶାନ୍ତିର ବାତାବରଣ ରହିଛି କିମ୍ବା ଆପଣଙ୍କ ଜୀବନସାଥୀଙ୍କ ସହିତ ଝଗଡ଼ା ହୋଇଛି ତେବେ ଆପଣଙ୍କୁ ମଧ୍ୟ ଘରେ ଶ୍ରୀକୃଷ୍ଣଙ୍କ ବଇଁଶୀ ରଖିବା ଉଚିତ୍। ବାଉଁଶରୁ ପ୍ରସ୍ତୁତ ହୋଇଥିବା ବଇଁଶୀ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ।

{"id":151366}

ଯଦି ଆପଣଙ୍କୁ ଆଖପାଖରେ କୌଣସି ବ୍ୟକ୍ତିଙ୍କଠୁ ନକରାତ୍ମକ ଶକ୍ତିର ଅନୁଭବ ହୋଇଥାଏ ତେବେ ନିଜ ପାଖରେ ଛୋଟ ବଇଁଶୀ ରଖିବା ଆରମ୍ଭ କରି ଦିଅନ୍ତୁ। ଯଦି ସମ୍ଭବ ତେବେ ଏକ ଚାନ୍ଦିର ବଇଁଶୀ ପ୍ରସ୍ତୁତ କରି ପାଖରେ ରଖନ୍ତୁ ନହେଲେ ବାଉଁଶ କିମ୍ବା କାଠର ବଇଁଶୀ ରଖନ୍ତୁ। ବଇଁଶୀ ନିଜ ପାଖରେ ରଖିଲେ ଭଗବାନ ଶ୍ରୀକୃଷ୍ଣଙ୍କ ଅପାର କୃପା ଆପଣଙ୍କ ପାଖରେ ସବୁବେଳେ ରହିବ। ଯାହା ଦ୍ବାରା ନକରାତ୍ମକ ଲୋକଙ୍କ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ।

{"id":151367}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.