କୁଣ୍ଡଳିରେ ଶନି ଦୋଷ ଥିଲେ ଲାଗି ରହିଥାଏ ଚାକିରୀ ସମସ୍ୟା : ଜାଣନ୍ତୁ ଶନିଦେବଙ୍କୁ ପ୍ରସନ୍ନ କରିବାର ମହାଉପାୟ

Published By : Prameya-News7 Bureau | June 03, 2019 IST

ଭୁବନେଶ୍ୱର ୩/୬ : ଜୀବନରେ ଠିକ ଓ ଭୁଲ କର୍ମ ଫଳ ଦେବା ଶନିଦେଙ୍କ ହାତରେ ଅଛି । ସବୁ ଲୋକଙ୍କ କର୍ମ ଫଳ ଅନୁଯାୟୀ ଶନିଦେବ ଫଳ ଦେଇଥାନ୍ତି । ସେଥିପାଇଁ ଶନି ଗ୍ରହକୁ କର୍ମ କାରକ ବୋଲି କୁହାଯାଏ । ଶନିଙ୍କୁ କୁଣ୍ଡଳିରେ ଦଶମ ଭାବ ସହ ଜୀବିକା ଓ ମୃତ୍ୟୁର କାରକ ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ଶନି କୁଣ୍ଡଳିର ଶୁଭ ସ୍ଥାନରେ ନଥିଲେ ବ୍ୟକ୍ତିଙ୍କୁ ରୋଜଗାର ସମସ୍ୟା ଦେଖା ଦେଇଥାଏ । ଏଭଳି କ୍ଷେତ୍ରରେ ଚାକିରୀ ମିଳିବା କାଠିକର ପାଠ ହୋଇଯାଏ । ଦଣ୍ଡ ଦେବାରେ ଶନିଦେବ କେବେ କିଛି ଭେଦଭାବ କରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି ।

{"id":119185,"width":586,"height":396}

କୁଣ୍ଡଳିରେ ଶନି ଶୁଭ ସ୍ଥାନରେ ଅଛନ୍ତି ନ ଅଶୁଭ ସ୍ଥାନରେ ଅଛନ୍ତି କେମିତି ଜାଣିବେ :

ଜନ୍ମ କୁଣ୍ଡଳିରେ ଶନି ଯଦି ମେଷ ରାଶି ଅର୍ଥାତ ନିଜ ନୀଚ ରାଶିରେ ଅଛନ୍ତି ତାହେଲେ ଚାକିରୀ ସମସ୍ୟା ଦେଖାଦେଇଥାଏ

ଯଦି କୌଣସି ବ୍ୟକ୍ତି କୌଣସି ଅସାଧ୍ୟ ରୋଗରେ ପୀଡିତ ଥିବେ ତାହେଲେ ଜାଣିବେ ଶନି ଅଶୁଭ ସ୍ଥାନରେ ଅଛନ୍ତି  

ଯଦି ଅଚାନକ ଆପଣଙ୍କ ଉପରେ କୌଣସି ସରକାରୀ ଜୋରିମାନା ଲାଗେ ତାହେଲେ ଜାଣିବେ ଶନି ଅଶୁଭ ସ୍ଥାନରେ ଅଛନ୍ତି

ଯଦି ପରିବାରରେ ସନ୍ଧ୍ୟା ସମୟରେ ଅକାରଣରେ କଳହ ହୁଏ ତାହେଲେ ମଧ୍ୟ ଶନି ଅଶୁଭ ସ୍ଥାନରେ ଥିବା କୁହାଯାଏ

{"id":119187}

ଏହିସବୁ ଅଭ୍ୟାସ ପରିବର୍ତ୍ତନ କରିବା ଦ୍ୱାରା ଶୁଭ ପରିଣାମ ପ୍ରାପ୍ତ କରିପାରିବେ :

ପ୍ରତିଦିନ ରାତିରେ ବିଳମ୍ବ ନକରି ଶୀଘ୍ର ଶୋଇବା ପାଇଁ ଚେଷ୍ଟା କରନ୍ତୁ

ନିଜ ମାତା ପିତାଙ୍କ ସମ୍ମାନ କରନ୍ତୁ

କୌଣସି ବୃକ୍ଷ, ଅଶ୍ୱସ୍ଥ କିମ୍ବା ବର ଗଛକୁ କାଟିବେ ନାହିଁ

ଘରର ପଶ୍ଚିମ ଦିଗକୁ ସଫା ସୁତୁରା ରଖନ୍ତୁ, ଏହି ଦିଗରେ ପାଣି ରଖନ୍ତୁ ନାହିଁ

କୌଣସି ଅପରାଧୀକୁ ବା ଭୁଲ ବ୍ୟକ୍ତିଙ୍କୁ ସହାୟତା କରନ୍ତୁ ନାହିଁ

କୌଣସି ଗରିବ ବା ନିର୍ଦ୍ଧନ ବ୍ୟକ୍ତିଙ୍କ ଧନ ହଡପ କରନ୍ତୁ ନାହିଁ 

{"id":119188}

ଶନିଦେବଙ୍କୁ ପ୍ରସନ୍ନ କରିବାର ମହାଉପାୟ :

ଯେକୌଣସି ଶନିବାର ଦିନ ଶନିଦେବଙ୍କ ପୂଜା ସୂର୍ଯ୍ୟଦୟ ପୂର୍ବରୁ କିମ୍ବା ସୂର୍ଯ୍ୟସ୍ଥ ପରେ କରନ୍ତୁ

ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଗରିବଙ୍କୁ ସୋରିଷ ତେଲରେ ତିଆରି ଖାଦ୍ୟ ଦାନ କରନ୍ତୁ

ଅଶ୍ୱସ୍ଥ ବୃକ୍ଷ ମୂଳରେ ରାଶି ତେଲ କିମ୍ବା ସୋରିଷ ତେଲ ଦୀପ ଲଗାଇ ୭ ଥର ପରିକ୍ରମା କରନ୍ତୁ

ପ୍ରତିଦିନ ସୂର୍ଯ୍ୟସ୍ଥ ପରେ ରୁଦ୍ରାକ୍ଷ ମାଳାରେ ଶନିଙ୍କ ମନ୍ତ୍ର ଜପ କରନ୍ତୁ

ମନ୍ତ୍ରଟି ହେଲା "ଓଁ ଶଂ ଶନିଶ୍ଚରୟ ନମଃ"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.