ଆସିଲା ସେରୋ ପ୍ରିଭେଲାନ୍ସ ସର୍ଭେ ରିପୋର୍ଟ, ଛୋଟ ଛୁଆଙ୍କୁ କୋଭିଡ ସଂକ୍ରମଣ ଆଶଙ୍କା କମ୍

Published By : Prameya-News7 Bureau | July 25, 2021 IST

ଭୁବନେଶ୍ୱର ୨୫/୭: ସେରୋ ପ୍ରିଭେଲାନ୍ସ ସର୍ଭେ ଅନୁସାରେ ଛୋଟ ଛୁଆଙ୍କୁ କୋଭିଡ ସଂକ୍ରମଣ ଆଶଙ୍କା କମ ରହିଛି । ଛୋଟ ପିଲାଙ୍କ ମଧ୍ୟରେ ୫୦ ରୁ ୬୦ % ଆଣ୍ଟିବଡି ହୋଇଥିବାରୁ ସଂକ୍ରମଣ କମ ହେବ । ଏନେଇ ସୂଚନା ଦେଇଛନ୍ତି ଭେଷଜ ବିଶେଷଜ୍ଞ ନିରୋଜ ମିଶ୍ର । ଯଦିଓ ତୃତୀୟ ଲହର ବେଳେ ମାତ୍ର ୧୦% ଛୁଆ ସଂକ୍ରମିତ ହେବେ ହେଲେ ଗୁରୁତର ସଂଖ୍ୟା କମ ରହିବ ।

ସ୍କୁଲ ଖୋଲିବା ପରେ କୋଭିଡ କଟକଣା ମଧ୍ୟରେ ପାଠ ପଢା କରାଯିବା ଆବଶ୍ୟକ । ଶିକ୍ଷକ, ସ୍କୁଲ କର୍ମଚାରୀ ଡବଲ ଡୋଜ ନେବା ସହ କୌଣସି ସଂକ୍ରମିତ ହୋଇ ନ ଥିବେ ତାହା ଉପରେ ଗୁରୁତ୍ୱ ଦେବା ଜରୁରୀ । ଆବଶ୍ୟକ ସ୍ଥଳେ ଦୁଇଟି ବ୍ୟାଚରେ ପାଠ ପଢା ହେଲେ ଛୁଆଙ୍କୁ ସଂକ୍ରମଣ ହେବା ଆଶଙ୍କା କମିବ ।

ସେରୋ ସର୍ଭେ କହୁଛି ସାଧାରଣ ଲୋକଙ୍କ ଭିତରେ ୬୫% ଆଣ୍ଟିବଡି ହୋଇଛି । ହେଲେ ଡେଲଟା ପ୍ଲସ ପାଇଁ ୮୦%ରୁ ଅଧିକ ଆଣ୍ଟିବଡି ହେବା ଆବଶ୍ୟକ । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ଭାକ୍ସିନ ଦିଆଯାଇ ସରିଥିବ । ଆସନ୍ତା ୪ ମାସରେ ରାଜ୍ୟରେ ଆବଶ୍ୟକ ମୁତାବକ ହାର୍ଡ ଇମ୍ୟୁନିଟି ହୋଇସାରିଥିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.