ସୁସ୍ଥ ହେବାପରେ ପୁଣି ହୋଇପାରନ୍ତି ସଂକ୍ରମିତ: ଶରୀରରେ ୫୦ ଦିନ ଯାଏଁ ରହୁଛି ଆଣ୍ଟିବଡି

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮/୦୮ : କରୋନା ଭାଇରସ ଯୋଗୁଁ ସାରା ଦୁନିଆରେ ହାହାକାର ଖେଳିଯାଇଛି | ଏବେ ସୁଦ୍ଧା ପାଖାପାଖି ଅଢେଇ କୋଟି ଲୋକ ସଂକ୍ରମଣର ଶିକାର ହୋଇସାରିଛନ୍ତି | ଅନେକ ଦେଶରେ ଲୋକେ ସୁସ୍ଥ ହେବାପରେ ପୁଣି ସଂକ୍ରମଣର ଶିକାର ହେଉଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠୁଛି, ଥରେ ସଂକ୍ରମିତ ହେବାପରେ ଲୋକଙ୍କ ଶରୀରରେ କେତେଦିନ ଯାଏଁ ଆଣ୍ଟିବଡି ରହୁଛି | ଅର୍ଥାତ ଲୋକେ କେବେ ଯାଏଁ ଦ୍ୱିତୀୟଥର ଭାଇରସ ସଂକ୍ରମଣରୁ ବର୍ତ୍ତୀ ପାରିବେ | ଏହାକୁ ନେଇ ସାରା ଦୁନିଆର ବୈଜ୍ଞାନିକ ଓ ଡାକ୍ତର ଗବେଷଣା କରୁଛନ୍ତି | ନୂଆ ଗବେଷଣାରୁ ଜଣାପଡିଛି ୫୦ ଦିନ ପରେ ଶରୀରରୁ ଆଣ୍ଟିବଡି ଶେଷ ହୋଇଯାଇଥାଏ | ପୂର୍ବରୁ ଦାବି କରାଯାଉଥିଲା ଯେ ଆଣ୍ଟିବଡି ଶରୀରରେ ୩ ମାସ ଯାଏଁ ରହୁଛି |

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, ମୁମ୍ବାଇର ଜେଜେ ହସ୍ପିଟାଲରେ ରିସର୍ଚ୍ଚ କରାଯାଇଥିଲା | ଏଥିରେ ୮୦୧ ଜଣଙ୍କୁ ସାମିଲ କରାଯାଇଥିଲା ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ | ଏମାନଙ୍କୁ ୭ ସପ୍ତାହ ପୂର୍ବରୁ ଏପ୍ରିଲ ଓ ମେ ମାସ ଆରମ୍ଭରେ କରୋନା ହୋଇଥିଲା | ରିସର୍ଚ୍ଚ କରୁଥିବା ଡାକ୍ତର ନିଶାନ୍ତ କୁମାର କହିଛନ୍ତି ୨୮ ଜଣଙ୍କ RT-PCR ଟେଷ୍ଟ କରାଯାଇଥିଲା ଏବଂ କାହା ଶରୀରରେ ଆଣ୍ଟିବଡି ପରିଲକ୍ଷିତ ହୋଇନଥିଲା | ସେରୋ ସର୍ଭେ ଅନୁସାରେ ଟେଷ୍ଟ କରାଯାଇଥିଲା |

ରିସର୍ଚ୍ଚରେ ମୁମ୍ବାଇ ଜେଜେ ହସ୍ପିଟାଲରେ ୩୪ ଲୋକଙ୍କୁ ଯାଞ୍ଚ କରାଯାଇଛି ଯେଉଁମାନଙ୍କୁ ୩-୫ ସପ୍ତାହ ପୂର୍ବରୁ କରୋନା ହୋଇଥିଲା | ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କ ମଧ୍ୟରେ ପଞ୍ଚମ ସପ୍ତାହରେ କେବଳ ୩୮.୮ ପ୍ରତିଶତ ଆଣ୍ଟିବଡି ଥିବା ଜଣାପଡିଥିଲା |

ଏହା ପୂର୍ବରୁ ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ ମେଡ଼ିସିନରେ ଆଣ୍ଟିବଡିକୁ ନେଇ ଷ୍ଟଡି କରାଯାଇଥିଲା | ଲକ୍ଷଣ ପରିଲକ୍ଷିତ ହେବାପରେ ପାଖାପାଖି ୩୭ ଦିନ ପରେ ପ୍ରଥମେ ନମୁନା ସଂଗ୍ରହ କରାଯାଇଥିଲା ଓ ଦ୍ୱିତୀୟ ନମୁନା ୩ ମାସ ପୁରା ହେବ ପରେ ଅର୍ଥାତ ୮୬ ଦିନ ଦିନ ଭିତରେ ସଂଗ୍ରହ କରାଯାଇଥିଲା | ଆଣ୍ଟିବଡି ସ୍ଥର ଖୁବ ଶୀଘ୍ର ହ୍ରାସ ପାଉଥିବା ଗବେଷକ ଜାଣିବାକୁ ପାଇଥିଲେ | ଏହା SARS ରୁ ଶୀଘ୍ର ଶେଷ ହେଉଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.