Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ସୁସ୍ଥ ହେବା ପରେ ପାଞ୍ଚରୁ ଜଣେ କରୋନା ରୋଗୀ ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି-ବିଶେଷଜ୍ଞ

11/11/2020 at 3:40 PM

ନୂଆଦିଲ୍ଲୀ ୧୧/୧୧ : କରୋନାରୁ ସୁସ୍ଥ ହେବା ପରେ ମାନସିକ ରୋଗର ଶିକାର ହେଉଛନ୍ତି କୋଭିଡରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି । ସୁସ୍ଥ ହେଇଥିବା ପ୍ରାୟ ପାଞ୍ଚ ଜଣରୁ ଜଣେ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଏକ ସର୍ଭେରୁ ଜଣା ପଡିଛି । ବିଶେଷଜ୍ଞଙ୍କ କହିବା ମୁତାବକ ସୁସ୍ଥ ହେବାର ୩ ମାସପରେ ଡିପ୍ରେସନ, ଏନଜିଟି ଏବଂ ଇନସୋମାନିଆରେ ଶିକାର ହେଉଛନ୍ତି  କରୋନାରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ।

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଏନଏଚଆଇଆରସି ଗବେଷକଙ୍କ କହିବା ଅନୁସାରେ ମାନସିକ ରୋଗରେ ଆକ୍ରାନ୍ତ ପ୍ରାୟ ୬୫ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହେବାର ନଜିର ଅଧିକ । ଏହା ଆମେରିକାର ପ୍ରାୟ ୭୦ ମିଲିୟନ ରୋଗୀ ଏବଂ ପ୍ରାୟ ୬୦ ହଜାର କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ଆଧାରରେ ଉପସ୍ଥାପିତ କରାଯାଇଛି । ପ୍ରାଥମିକ ଗବେଷଣା ଅନୁଯାୟୀ ଆକ୍ରାନ୍ତ ହେବାର ତିନି ମାସ ପରେ ୫.୮ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଠାରେ ମାନସିକ ରୋଗର ଲକ୍ଷଣ ଦେଖାଦେଇ ଥାଏ । ତେବେ ଯଦି ସାଧାରଣ ଲୋକଙ୍କ କଥା କୁହାଯାଏ ୨.୫ ରୁ ୩.୪ ପ୍ରତିଶତ ସାଧାରଣ ଲୋକଙ୍କ ଠାରେ ମାନସିକ ରୋଗ ଲକ୍ଷଣ ଦେଖାଯାଇ ଥାଏ ଯାହାକି କରୋନା ଆକ୍ରାନ୍ତଙ୍କ ପ୍ରତିଶତ ଠାରୁ ସାଧାରଣ ଲୋକଙ୍କ ପ୍ରତିଶତ ଦୁଇ ଗୁଣା ।

ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ପଲ ହାରିସନଙ୍କ କହିବା ଅନୁଯାୟୀ ଏ ବାବଦରେ ଆହୁରି ଗବେଷଣାର ଆବଶ୍ୟକତା ରହିଛି । ଭାଇରସରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିବା ପରେ ଜଣେ ବ୍ୟକ୍ତି ମାନସିକ ରୋଗରେ ଆକ୍ରାନ୍ତ ହେବା ପଛରେ କରୋନା ଭାଇରସ ସମ୍ବନ୍ଧିତ କିଛି ପାର୍ଶ୍ବ ପ୍ରତିକ୍ରିୟା ରହୁଛି କି ନାହିଁ ସେ ବାବଦରେ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଗବେଷକଙ୍କ କହିବା ଅନୁଯାୟୀ ଆର୍ଥୀକ ଅନଗ୍ରସର, ଧୂମ୍ରପାନ କିମ୍ବା ଡ୍ରଗ୍ସ ସେବନ କରୁଥିବା ବ୍ୟକ୍ତି ମାନସିକ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ଅଧିକ ।

   Related Posts