ପ୍ରକାଶ ପାଇଲା ଦେଶର ୧୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ତାଲିକା: ୨୪ତମ ସ୍ଥାନରେ ସୋଆ,ମେଡିକାଲ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ୧ନମ୍ବର

Published By : Prameya-News7 Bureau | April 08, 2019 IST

ନୂଆଦିଲ୍ଲୀ ୮/୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ NIRF ରାଙ୍କିଙ୍ଗ୍ ଘୋଷଣା  କରିଛନ୍ତି। ଚଳିତ ଥର ଆଇଆଇଟି ମାଡ୍ରାସ ୧ ନଂରେ ରହିଥିବାବେଳେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ସାରା ଦେଶରେ ବିଶ୍ବବିଦ୍ୟାଳୟ ସ୍ତରରେ ୨୪ତମ ସ୍ଥାନରେ ରହିଛି। ମେଡିକାଲ କଲେଜ ମାନଙ୍କ ଭିତରେ ଓଡ଼ିଶାରେ ସୋଆ ନମ୍ବର-୧ରେ ରହିଛି।
ମେଡିକାଲ କଲେଜମାନଙ୍କ ମଧ୍ୟରେ ସୋଆ ୨୧ତମ ସ୍ଥାନରେ ଥିବାବେଳେ ଇଞ୍ଜିନିୟରିଙ୍ଗ କଲେଜମାନଙ୍କ ମଧ୍ୟରେ ୩୨ତମ ସ୍ଥାନରେ ରହିଛି।

{"id":101538,"width":598,"height":207}

ସାମଗ୍ରିକ ଭାବେ ସାରା ଦେଶରେ ଶିକ୍ଷା ଓ ଅନୁସନ୍ଧାନକୁ ୪୧ତମ ସ୍ଥାନ ମିଳିଛି। NIRF ର ଟପ୍‌-୧୦୦ ରାଙ୍କିଙ୍ଗ୍ ରେ ସ୍ଥାନ ବଜାୟ ରଖିଛି ସୋଆ। ସୂଚନା ଯୋଗ୍ୟ ଯେ ପ୍ରତ୍ୟେକ ବର୍ଷ ମାନବ ସମ୍ବଳ ମନ୍ତ୍ରଣାଳୟ ୯ଟି ବିଭାଗରେ ଦେଶର ୧୦୦ଟି ଭଲ ଶିକ୍ଷାନୁଷ୍ଠାନ ନାଁ ପ୍ରକାଶ କରିଥାଏ। ଏହି ବିଭାଗଗୁଡ଼ିକ ହେଲା _ସାମଗ୍ରିକ,ବିଶ୍ବବିଦ୍ୟାଳୟ,ଇଞ୍ଜିନିୟରିଙ୍ଗ,ମହାବିଦ୍ୟାଳୟ,ମ୍ୟାନେଜମେଣ୍ଟ,ଫାର୍ମାସି,ମେଡିକାଲ,ଆର୍କିଟେକ୍ଚର ଏବଂ ଆଇନ। ଶିକ୍ଷା,ଶିକ୍ଷାଦାନ,ସମ୍ବଳ,ଗବେଷଣା,ବୃତ୍ତି ଅନୁମୋଦିତ କାର୍ଯ୍ୟଧାରା ,କୃତକାର୍ଯ୍ୟ ହାର ଆଦି ବିଭିନ୍ନ ବିଷୟକୁ ନଜରରେ ରଖି ରାଙ୍କିଙ୍ଗ ସ୍ଥିର କରାଯାଇଥାଏ।

{"id":101539,"width":595,"height":396}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.