ଦାମ ଦୁଃଖୀ, ବିଷ୍ଣୁ ବଦମାସ ଆଉ ଅଶୋକଙ୍କ ଆଶ୍ବସ୍ତି : ଯିଏ ଯେମିତିକା ଅବସ୍ଥାରେ ଅଛି ତାଙ୍କ ଘର କାନ୍ଥରେ ହକି ବିଶ୍ବ କପ ପାଇଁ ସେମିତି ଚିତ୍ର ଅଂକାଯାଇଛି !

Published By : Prameya-News7 Bureau | November 29, 2018 IST

ଭୁବନେଶ୍ବର୨୯|୧୧: ଦାମ ଦୁଃଖୀ, ବିଷ୍ଣୁ ବଦମାସ ଆଉ ଅଶୋକଙ୍କ ଆଶ୍ବସ୍ତି । ଏହି ଶଦ୍ଦ ଆମର ନୁହେଁ । ଆମେ କହୁଛୁ ରଙ୍ଗୀନ କାନ୍ଥ କଥା । ଯିଏ କହୁଛି ସବୁ କଥା । ଖୋଲିକି କହିଲେ ହକି ବିଶ୍ବ କପ୍ ଲାଗି ରାଜଧାନୀ ଭୁବନେଶ୍ବର କାନ୍ଥରେ ଆକର୍ଷଣୀୟ ୱାଲ ପେଣ୍ଟିଙ୍ଗ୍ କରାଯାଇଛି । ଚର୍ଚ୍ଚା କିନ୍ତୁ ଏମିତି ହଉଛି ଯେଉଁ ନେତାଙ୍କ ମୁଡ ଯେମିତି ସେମାନଙ୍କ ଘର ଆଗରେ କୁଆଡ଼େ ସେମିତି ପେଣ୍ଟିଂ ହେଇଛି। ହକି ୱାଲଡ୍‌ କପ ପାଇଁ ରାଜଧାନୀର କାନ୍ଥ ବାଡ଼ ସଜେଇ ହେଇଛି। ସିଧା ଚାଲନ୍ତୁ ଯିବା କ୍ୟାପିଟାଲ ହସପିଟାଲରୁ ଫରେଷ୍ଟ ପାର୍କ ରୋଡକୁ ।ଦେଖିବା ୱାଲ୍ ପେଣ୍ଟିଙ୍ଗ । ଏ ହେଉଛି ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ବାସଭବନ । ଦେଖିବା ତାଙ୍କ ୱାଲକୁ ।ଚିତ୍ରରେ ଏକ ଚିନ୍ତାଗ୍ରସ୍ତ ସୁନ୍ଦରୀ ତରୁଣୀ ଗୁମ୍ ମାରି ବସି ଗଭୀର ଭାବେ ମାନସ ମନ୍ଥନ କରୁଛି । ଆଉ ଗୋଟିଏ ଚିତ୍ରରେ ମଧ୍ୟ ତରୁଣୀ ଅଛନ୍ତି ତାଙ୍କ ପାଖରେ ରହିଛି ପଦ୍ମଫୁଲ । ଏହି ଚିତ୍ର ଡାକ୍ତର ଦାମୋଦର ରାଉତଙ୍କ ମୁଡକୁ ରିଫ୍ଲେକ୍ଟ କରୁନି ତ  ? ଚାଲନ୍ତୁ ଦେଖିବା ତାଙ୍କ ରାଜନୈତିକ ଶତ୍ରୁ ବିଷ୍ଣୁ ଦାସଙ୍କ ବାସଭବନ କାନ୍ଥକୁ ।ବିଷ୍ଣୁଙ୍କ  ୱାଲରେ ସ୍ଥାନ ପାଇଛି ଗୋଟିଏ ହରିଣୀ ଆଖି ଲଳନା । ଭଲ କରି ଦେଖନ୍ତୁ ଆଖି ଓଠ କଣ କହୁଛି । ଆମେ କିଛି କହିବୁନି ଆପଣ ବୁଝନ୍ତୁ ଚିତ୍ର କଣ କହୂଛି । ଏବେ ଦେଖିବା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କର କ୍ବାଟର କାନ୍ଥକୁ ।ତିନି ଯୁବତୀଙ୍କ ମନ ପ୍ରଫୁଲ୍ଲିତ ।ଜଣେ ସ୍ମିତ ହାସ୍ୟ ଦେଉଛି, ଆଉ ଜଣେ ନିଜର ପ୍ରିୟତମ ସହିତ ମଜାଥଟ୍ଟା କରିବା ଆଳରେ ହସୁଛି ଆଉ ତୃତୀୟ ଜଣଙ୍କ ସତରେ ଯେମିତି ତା ରାଜକୁମାରକୁ ପାଇ ଖୁସିରେ ଆତ୍ମହରା ହୋଇଯାଇଛି । ଆଉ ତାଙ୍କ ଚାରିପାଖରେ ଉଡ଼ି ବୁଲୁଛନ୍ତି ରଙ୍ଗ ବେରଙ୍ଗର ଚଢେଇ । ଏବେ ଯିବା ସଚିବ ଅନୁ ଗର୍ଗ ଓ ସୌରଭ ଗର୍ଗ ଙ୍କ ଘରକୁ । ତାଙ୍କ ଘର କାନ୍ଥରେ ଚିତ୍ରକର କରିଛନ୍ତି ବଢିଆ ସ୍ୟାଡୋ ଚିତ୍ର । ତେନ୍ତୁଳି ଗଛରେ ଫଳିଥିବା ତେନ୍ତୁଳି ଖାଇ ଓଠ କଟମଟ କରୁଛି ଜଣେ ତରୁଣୀ । ସପେଟା ଗଛରେ ଫଳିଛି ସପେଟା ଆଉ ଫୁଟିଛି କାଗଜିଫୁଲ । ଆଇପିଏସ ୱାଇବି ଖୁରାନିଆଙ୍କ କାନ୍ଥ ରେ ରହିଛି ଖାଲି ହଳଦିଆ ଫୁଲ । ସଚିବ ପିକେ ମହାପାତ୍ରଙ୍କ  ବାସଭବନ କାନ୍ଥରେ ବି ଚିତ୍ରିତ ହୋଇଛି ରଙ୍ଗୀନ ଫୁଲ । ବିରେ।ଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନ କାନ୍ଥରେ ରହିଛି ଖାଲି ଜାତି ଜାତିକା ଫୁଲ ।ଖାଲି ଏତିକି ନୁହେଁ ଝିଅ ମାନଙ୍କ ଇଜି ମୁଡ୍‌କୁ ନେଇ ଅନେକ ଚିତ୍ର କରାଯାଇଛି ଏହି ମୁଖ୍ୟ ରାସ୍ତାରେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.