ଆଜିକାଲି ସୁନା ଚେନ, ମୁଦି ବା କଡା ପିନ୍ଧିବାର ଟ୍ରେଣ୍ଡ ଚାଲିଛି। ତେବେ ସୁନା ପିନ୍ଧୁଥିବା ଲୋକେ ଜ୍ୟୋତିଷଶାସ୍ତ୍ରର ଏହି ନିୟମରେ ଧ୍ୟାନ ଦେବା ଜରୁରୀ। ଏହି ବିଷୟରେ ଜ୍ୟୋତିଷଶାସ୍ତ୍ର କଣ କହେ ଜାଣନ୍ତୁ।
- ମେଷ, କର୍କଟ, ସିଂହ ଓ ଧନୁ ରାଶିର ଲୋକଙ୍କ ପାଇଁ ସୁନା ପିନ୍ଧିବା ଶୁଭ ହୋଇଥାଏ। ଅପରପକ୍ଷରେ ବୃଷ, ମିଥୁନ, କନ୍ୟା ଓ କୁମ୍ଭ ରାଶିର ଲୋକଙ୍କ ପାଇଁ ସୁନା ପିନ୍ଧିବା ଅଶୁଭ ହୋଇଥାଏ।
- ତୁଳା ଓ ମକର ରାଶିର ଲୋକମାନେ ସୁନା କମ ପିନ୍ଧିବା ଜରୁରୀ।
- ବୃଷ ଓ ମାନ ରାଶିର ଲୋକେ ସୁନା ପିନ୍ଧିଲେ ତାଙ୍କ ପାଇଁ କେବେ କୌଣସି ଅସୁବିଧା ହୋଇନଥାଏ।
{"id":157159,"width":577,"height":386}- କୁଣ୍ଡଳୀରେ ବୃହସ୍ପତ୍ତି ଖରାପ ଥିଲେ ବା ଦୂଷିତ ଥିଲେ ସୁନା ପିନ୍ଧିବା ଅନୁଚିତ୍।
- ସ୍ବର୍ଣ୍ଣ ଆବୁଷଣ ପବିତ୍ର ଧାତୁ ହୋଇଥାଏ। ଏହା ବୃହସ୍ପତ୍ତିଙ୍କ ଧାତୁ ବୋଲି କୁହାଯାଏ। ସେଥିପାଇଁ ସୁନା କେବେ ଗୋଡରେ ପିନ୍ଧିବା ଅନୁଚିତି୍। ଏହା ଦ୍ବାରା ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ହୋଇଥାଏ।
- ସୁନା ପିନ୍ଧୁଥିବା ଲୋକଙ୍କୁ ମଦ ପିଇବା ଅନୁଚିତ୍।
- ସୁନା ପିନ୍ଧୁଥିବା ଲୋକେ ମାଂସ ଖାଇବା ଅନୁଚିତ୍। ଏହା ଦ୍ବାରା ଜୀବନରେ ଅନେକ ସମସ୍ୟା ହୋଇଥାଏ। ଏହାର ପବିତ୍ରତା ପାଳନ କରିବା ଜରୁରୀ।
- ସୁନା, ଲୁହା ବା ନକଲି ଆଭୁଷଣ କେବେ ଏକା ସହ ପିନ୍ଧିବା ଅନୁଚିତ୍। ଏହା ଦ୍ବାରା ବୃହସ୍ପତିଙ୍କର କୌଣସି ଖୁଭ ପ୍ରଭାବ ପଡେ ନାହିଁ।