Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ସରକାରଙ୍କ ଗାଇଡ୍‌ ଲାଇନ୍ ଅନୁସାରେ ପ୍ରଥମ କରୋନା ମୃତକଙ୍କ ଶବ ସଂସ୍କାର ସମ୍ପନ୍ନ

9/04/2020 at 1:50 PM

ଭୁବନେଶ୍ବର ୯/୪: ରାଜ୍ୟରେ ପ୍ରଥମ ୭୦ ବର୍ଷୀୟ କରୋନା ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟବାସୀ ଭୟଭୀତ ହୋଇ ପଡିଛନ୍ତି।  ଝାରପଡା ଅଞ୍ଚଳରେ ମୃତ ବ୍ୟକ୍ତିଙ୍କ ଘର। ହଠାତ୍ କରୋନା ଆକ୍ରାନ୍ତ ପରେ ଏମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଗତକାଲି ବିଲମ୍ବିତ ରାତିରେ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ମୃତକଙ୍କ ଶବ ସଂସ୍କାର  ସମ୍ପନ୍ନ ହୋଇଛି।

ଏମସ୍‌ରେ ଥିବା ମୃତକଙ୍କ ଶବକୁ ରାତି ୨ଟାରେ ବିଏମ୍‌ସି ମହାପ୍ରୟାଣ ଗାଡି ଯୋଗେ ସତ୍ୟନଗର କବରସ୍ଥାନକୁ ଅଣାଯାଇଥିଲା । ମୃତ ବ୍ୟକ୍ତି ଜଣକ ଶବକୁ ସମ୍ପୂର୍ଣ୍ଣ କଭର୍‌ ବ୍ୟାଗ୍‌ ଯୋଗେ ଭର୍ତ୍ତି କରି ଅଣାଯାଇଥିଲା । ଶବ ପହଞ୍ଚିବା ପୂର୍ବରୁ ଗାତ ଖୋଳା ଯାଇ ରଖାଯାଇଥିଲା ।

ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଏକ ଟିମ୍‌ ସେଠାରେ ଉପସ୍ଥିତ ଥିଲା । ବିଏମ୍‌ସିର ୩ଜଣ କର୍ମଚାରୀ ପିପିଇ(ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପମେଣ୍ଟ) ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧିଥିଲେ । ବୁଟ୍, ଆପ୍ରନ୍‌, ଲଙ୍ଗ ସ୍ଲିଭଡ୍‌ ଗାଉନ୍‌, ପତଳା ଗ୍ଲୋଭସ୍‌, ମାସ୍କ, ଗଗଲସ୍‌ ଓ ଫେଶ୍‌ ସିଲ୍‌ଡ ପିନ୍ଧି ଆମ୍ବୁଲାନ୍ସରୁ ମୃତକଙ୍କୁ ବାହାର କରିବା ସହ ତାଙ୍କୁ କବର ଦେଇଥିଲେ । ଗାଇଡଲାଇନ୍‌ ଅନୁସାରେ କୌଣସି ସମ୍ପର୍କୀୟଙ୍କୁ ମୃତ ଶରୀରକୁ ସ୍ପର୍ଶ କରିବାକୁ ଦିଆଯାଇନଥିଲା । ମୃତକଙ୍କ ୩ଜଣ ସମ୍ପର୍କୀୟଙ୍କ ସମେତ ଜଣେ ମୌଲବୀ ମଧ୍ୟ ଉପସ୍ଥିତ ଥିଲେ ।

   Related Posts