ଗରୁଡ ପୂରାଣ ଅନୁସାରେ ଏହି ୫ଟି ଜିନିଷର ଦର୍ଶନ ସବୁବେଳେ କଲେ ବଦଳିଯିବ ଭାଗ୍ୟ ଦଶା

Published By : Prameya-News7 Bureau | October 04, 2019 IST

ମୁମ୍ବାଇ୪|୧୦: ଗରୁଡ ପୂରାଣର କିଛି ଏମିତି ବସ୍ତୁ ରହିଛି ଯାହା କେବଳ ଦେଖିଲେ ହିଁ ବ୍ୟକ୍ତିଙ୍କୁ ପୁଣ୍ୟ ଓ ଲାଭ ପ୍ରାପ୍ତ ହୋଇଥାଏ। ଏହା ସହ ଜୀବନରେ ଧନ ବୃଦ୍ଧି ହେବା ସହ ଘରେ ଖୁସିର ଲାଗି ରହେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

 ଗୋମୁତ୍ର- ଗୋମୁତ୍ରକୁ ବହୁତ ପବିତ୍ର ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ ଗୋମୁତ୍ରରେ ଗଙ୍ଗା ମାଆ ବାସ କରନ୍ତି ବୋଲି ବିଶ୍ବାସ ରହିଛି। ଗୋମୁତ୍ର ଧାରଣ କଲେ ବ୍ୟକ୍ତିଙ୍କ ମନୋସ୍କାମନା ପୁରଣ ହୋଇଥାଏ। ହେଲେ ଗରୁଡ ପୂରାଣ ଅନୁସାରେ ଗୋମୁତ୍ରକୁ କେବଳ ଦେଖିଦେଲେ ବ୍ୟକ୍ତି ପୁଣ୍ୟ ଅର୍ଜନ କରିଥାଆନ୍ତି ।

ଗାଈଙ୍କ ଗୋବର- ଶାସ୍ତ୍ରରେ ଅନୁସାରେ ଗାଈ ଶରୀରରେ ୩୩ କୋଟି ଦେବା ଦେବୀ ବାସ କରନ୍ତି କୌଣସି ସ୍ଥାନକୁ ପବିତ୍ର କରିବା ପାଇଁ ଗୋବର ବ୍ୟବହାର କରାଯାଏ। ଏଥିପାଇଁ ପବିତ୍ର ଭାବନା ସହ ଗାଈ ଗୋବରକୁ ଦେଖିଦେଲେ ପୁଣ୍ୟ ପ୍ରାପ୍ତ ହୁଏ। ଏହା ସହ ପୁରା ଦିନ ଶୁଭ ହୋଇଥାଏ।

ଚାଷ- ଶସ୍ୟ ଶ୍ୟାମଳା ସବୁଜିମାରେ ଭର୍ତ୍ତି ଖେତ ଦେଖିବା ବା କିଏବା ଇଚ୍ଛା ନକରେ । ସବୁଜ ଧାନ କ୍ଷେତକୁ  ଦେଖିଲେ ମନକୁ ଶାନ୍ତି ମିଳେ। ତେବେ ଫସଲରେ ଭରପୁର ଥିବା ଚାଷ ବାଡି କେବଳ ସୌନ୍ଦର୍ଯ୍ୟର ପ୍ରତୀକ ହୋଇନଥାଏ । ପୁଣ୍ୟର ପ୍ରତୀକ ହେଉଛି ସବୁଜ ଫସଲ। ଗରୁଡ ପୂରାଣ ଅନୁସାରେ ସବୁଜ ଚାଷ ବାଡି ଦେଖିଲେ ମଣିଷକୁ ପୁଣ୍ୟ ଲାଭ ହୋଇଥାଏ।

ଗୋଧୂଳି-  ଗାଈ ଗୋଠ ଆସିବା ବେଳେ ଧୂଳି ଉଡିଥାଏ  । ସାଧାରଣତଃ ସନ୍ଧ୍ୟା ସମୟରେ ଗାଈମାନେ ଗୋଠରୁ ଫେରି ଥାଆନ୍ତି । ଏହି ସମୟରେ ଗାଈ ଖୁରା ବାଜି ଧୂଳି ଉଡିଥାଏ । ଏହାକୁ ଗୋଧୂଳି କୁହାଯାଏ  । ଗୋଧୂଳିକୁ ପବିତ୍ର ବୋଲି କୁହାଯାଏ। ଗୋଧୂଳି ଦେଖିବା ମାତ୍ରେ ବ୍ୟକ୍ତିଙ୍କୁ ବହୁ ପୁଣ୍ୟଫଲ ପ୍ରାପ୍ତ ହୋଇଥାଏ।

ଗୋଖୁର- ଗାଈଙ୍କ ଗୋଡକୁ ତୀର୍ଥ ସମାନ କୁହାଯାଏ। କୌଣସି ଶୁଭ କାମରେ ଯିବା ସମୟରେ ଗାଈଙ୍କ ଗୋଡର ଦର୍ଶନ କଲେ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ପୁନ୍ୟ ପ୍ରାପ୍ତ କରିବା ପାଇଁ ଗାଈଙ୍କ ଗୋଡ ଦର୍ଶନ କରିବା ଏକ ଭଲ ଓ ସୁବିଧା ଉପାୟ ହୋଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.