ଚାଣକ୍ୟ ନୀତି ଅନୁସାରେ ଜୀବନର ଏହି ସବୁ କଥାକୁ ପ୍ରକାଶ କରିବା ଅନୁଚିତ୍
30/12/2019 at 12:42 PM

କୌଟଲସ୍ୟ ଅର୍ଥ ଶାସ୍ତ୍ର ରାଜନୀତିଠାରୁ ଆରମ୍ଭ କରି ସାଧାରଣ ଜୀବନରେ ଅନେକ ସମସ୍ୟାରୁ କିପରି ନିସ୍ତାର ପାଇବେ ସେ ବିଷୟରେ ଉପଦେଶ ଓ ପରାମର୍ଶ ଦେଇଛନ୍ତି । ଚାଣକ୍ୟ ନୀତିରେ ଏପରି କିଛି ବାର୍ତ୍ତା ରହିଛି ଯାହା ଦ୍ବାରା ଲୋକଙ୍କ ଜୀବନର ଅନେକ ସମସ୍ୟା ଦୂର ହୋଇପାରିବ। ଏଥିରେ ସେ ଏମିତି କିଛି କଥା ଉଲ୍ଲେଖ କରିଛନ୍ତି ଯାହା ସମସ୍ତଙ୍କର ଜାଣିବା ଉଚିତ୍। ଚାଣକ୍ୟଙ୍କ ଅନୁସାରେ ଏମିତି କିଛି ତଥ୍ୟ ରହିଛି ଯେଉଁ ବିଷୟରେ ମଣିଷ କାହା ସହ ଆଲୋଚନ କରିବା ଅନୁଚିତ୍। ଏଭଳି କିଛି କଥାକୁ ସର୍ବଦା ମନେ ରଖିବା ଜରୁରୀ। ତାହା ହେଉଛି-

୧- ଅଧିକାଂଶ ଲୋକେ ନିଜ ସମସ୍ୟାର ସମାଧାନ କରିବା ପାଇଁ ଅନ୍ୟ ଲୋକଙ୍କ ସାହାଯ୍ୟ ନିଅନ୍ତି। ହେଲେ ଏହା କରିବା ଅନୁଚିତ୍। ହୁଏତ ସେହି ମଣିଷ ବାର୍ତ୍ତାଳାପ କଲା ବେଳେ କିଛି ନ କହିପାରେ କିନ୍ତୁ ଆପଣଙ୍କ ପଛରେ ସେ ଏହି ବିଷୟରେ ଥଟା ମଜା କରିପାରେ।

୨- ଚାଣକ୍ୟ ଅନୁସାରେ ବ୍ୟକ୍ତିକୁ କେବେ ବି ଧନ ଜଡିତ କ୍ଷତି ବିଷୟରେ ଅନ୍ୟ ଜଣ ସହ ଆଲୋଚନା କରିବା ଅନୁଚିତ୍। କାରଣ ଧନ କ୍ଷତି ହୋଇଥିଲେ ଅନ୍ୟ ଜଣେ ଆପଣଙ୍କର କୌଣସି ସାହାଯ୍ୟ କରିପାରିବ ନାହିଁ। ହେଲେ ପରବର୍ତ୍ତି ସମୟରେ ସେ ଏହି ସବୁ ବିଷୟରେ ଅନ୍ୟ କେଉଁଠି ଆଲୋଚନା କରିପାରେ।

୩- କୌଣସି ପୁରୁଷକୁ ନିଜ ପତ୍ନୀ ସମ୍ବନ୍ଧୀୟ ବାର୍ତ୍ତା ବା ପତ୍ନୀଙ୍କ ନକରାତ୍ମକ କଥା ଅନ୍ୟ କାହା ସାମ୍ନାରେ ଆଲୋଚନା କରିବା ମୁର୍ଖାମୀ। ନିଜ ଘରର ସମସ୍ୟା ନିଜେ ସମାଧାନ କରିବା ଉଚିତ୍।

୪- ପ୍ରତ୍ୟେକ ମଣିଷରର ମାନ ସମ୍ମାନ ନିଜ ହାତରେ ଥାଏ। ସେଥିପାଇଁ ଏମିତି ସବୁ ଘଟଣାରୁ ଦୂରାଇ ରହିବା ଉଚିତ୍ ଯାହା ଆପଣଙ୍କ ମାନ ସମ୍ମାନରେ କ୍ଷତି କରାଏ।