ଆୟୁର୍ବେଦ ଅନୁସାରେ କ୍ଷୀର ପିଇବାର ସଠିକ୍ ସମୟ ସକାଳ ନା ରାତି? ଜାଣନ୍ତୁ

Published By : Prameya-News7 Bureau | May 19, 2019 IST

wp:heading {"level":5}
କ୍ଷୀରରେ ବହୁ ପୁଷ୍ଟିକର ତତ୍ବ ଥାଏ । ଏଥିପାଇଁ ଆୟୁର୍ବେଦରେ କ୍ଷୀରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଛି । ପ୍ରତିଦିନ କ୍ଷୀର ପିଇବା ଏକ ଭଲ ଅଭ୍ୟାସ। କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଛୁଆଙ୍କଠୁ ଆରମ୍ଭ କରି ବୟସ୍କଙ୍କ  ଯାଏଁ ସମସ୍ତେ କ୍ଷୀର ପିଇବା ଜରୁରି। ଘରେ ପିଲାଙ୍କୁ କ୍ଷୀର ପିଇବାକୁ କୁାଯାଏ କାରଣ ପ୍ରାୟତଃ ସମସ୍ତେ ଭାବନ୍ତି ଯେ, କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢିଥାଏ। ଅଧିକାଂଶ ଲୋକଙ୍କ ମଧ୍ୟରେ କ୍ଷୀରକୁ ନେଇ ଅଲଗା ଅଲଗା ଧାରଣା ଥାଏ। କ୍ଷୀର ଦିନରେ ପିଇବା ଭଲ ବା ରାତିରେ ପିଇବା ଉଚିତ୍‌ ଏହା ନେଇ ଅନେକ ଲୋକ ଚିନ୍ତିତ ଥାନ୍ତି। କାରଣ କ୍ଷୀରର ଫାଇଦା ଶରୀରକୁ ସେତେବେଳେ ମିଳିବ ଯେତେବେଳେ କ୍ଷୀରକୁ ସଠିକ୍‌ ସମୟରେ ପିଆ ଯିବ।  
/wp:heading {"id":113635}
wp:heading {"level":5}
- ସକାଳ ସମୟରେ କ୍ଷୀର ପିଇବାର ଫାଇଦା
/wp:heading wp:heading {"level":5}
ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ସକାଳେ ସିରିଏଲ(cereal) ସହ ଗୋଟେ ଗ୍ଲାସ  କ୍ଷୀର ପିଇବା ଉଚିତ୍‌। ପଟାସିଅମ୍‌, କ୍ୟାଲସିଅମ୍‌, ମ୍ୟାଗନେସିଅମ୍‌, ପ୍ରୋଟିନ୍‌ ଓ ଭିଟାମିନ୍‌ ଭଳି ଅନେକ ତତ୍ବ କ୍ଷୀରରେ ଭରପୁର ମାତ୍ରାରେ ଥାଏ।
/wp:heading {"id":113638}
wp:heading {"level":5}
- ସକାଳ ସମୟରେ କ୍ଷୀର ପିଇଲେ ହୁଏ ଏହି ସମସ୍ୟା
/wp:heading wp:heading {"level":5}
ସକାଳେ ଉଠି କ୍ଷୀର ପିଇଲେ ପାଚନ ପ୍ରକ୍ରିୟା ଠିକ୍‌ ହୋଇନଥାଏ। ଏହା ସହ ସକାଳେ ସକାଳେ ଖାଲି ପେଟରେ କ୍ଷୀର ପିଇଲେ ପେଟ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡେ। ଡାକ୍ତରମାନେ ମଧ୍ୟ ସକାଳେ କ୍ଷୀର ପିଇବାକୁ ମନା କରନ୍ତି।
/wp:heading {"id":113639}
wp:heading {"level":5}
- ରାତିରେ କ୍ଷୀର ପିଇବାର ଫାଇଦା
/wp:heading wp:heading {"level":5}
ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇଲେ ପେଟ ପୁରିଯାଏ। ରାତିରେ କ୍ଷୀର ପିଇ ଶୋଇଲେ ନିଦ ଭଲ ହୋଇଥାଏ। କାରଣ କ୍ଷୀର ଶରୀରର ମାଂସପେଶୀକୁ ରିଲାକ୍ସ କରାଏ । ଫଳରେ ଥକ୍କାପଣ ଦୁରାଇଥାଏ ଓ ଭଲ ନିଦ ହୁଏ। ରାତିରେ ଶୋଇବା ଆଗରୁ କ୍ଷୀର ପିଇଲେ ତ୍ବଚାରେ ଚମକ ରହେ ।  
/wp:heading {"id":113640}
wp:heading {"level":5}
- ରାତିରେ କ୍ଷୀର ପିଇବାର ସମସ୍ୟା
/wp:heading wp:heading {"level":5}
ଯେଉଁ ଲୋକଙ୍କର ଲାକ୍‌ଟୋଜ ଇନଟଲରାନ୍ସର ସମସ୍ୟା ଥାଏ ସେମାନଙ୍କୁ ରାତିରେ କ୍ଷୀର ପିଇବା ଅନୁଚିତ୍‌। ରାତିରେ କ୍ଷୀର ପିଇଲେ ଶରୀରର ଇନଶୁଲିନ ଲେଭେଲ ବଢିଯାଏ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.